
ବାଲିଗୁଡ଼ା , 24/06 { ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା କ ନୂଆଗାଁ ଠାରେ ବାଲିଗୁଡା ବିଧାୟକ କାଲି କରୋନା ଟୀକା କରଣ କରିଛନ୍ତି| ପ୍ରଥମ ଥର ଟୀକା ନେବା ପରେ ଖୁସି ବ୍ୟକ୍ତି କରିଛନ୍ତି | କ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବାଲିଗୁଡା ବିଧାୟକ ଚକ୍ର ମଣି କହଁର କରୋନା ଟୀକା ଗ୍ରହଣ କରିଛନ୍ତି | ଟୀକା ନେଲା ପରେ ଅଧଘଣ୍ଟା ପ୍ରତୀକ୍ଷା କକ୍ଷ ରେ ଉପସ୍ଥିତ ରହିଥିଲେ ଓ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇ ନ ଥିବା କହିଛନ୍ତି | ବାଲିଗୁଡା ବିଧାୟକ ଚକ୍ର ମଣି କହଁର 18 ରୁ 44 ବର୍ଷ ବୟସ୍କ ପାଇଁ ଟୀକା କରଣ ବ୍ୟବସ୍ଥା କରି ଥିବାରୁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି |ସେହିପରି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କ ପାଇଁ ଟୀକା ନେବା ପାଇଁ ଗ୍ରାମାଞ୍ଚଳ ସଚେତନତା ରେ ଜାରୀ ରହିଛି ଏଭଳି ପଦକ୍ଷେପ କୁ ମଧ୍ୟ ପ୍ରଶଂସା କରିଛନ୍ତି |ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସମସ୍ତ ଜନସାଧାରଣ କରୋନା ଟୀକା କରଣ ପାଇଁ ନିବେଦନ କରିଛନ୍ତି | ଟୀକା ନେଇ ଆମେ କରୋନା କୁ ହରାଇ ପାରିବା ଓ ସୁରକ୍ଷିତ ରହିବା ବୋଲି କହିଛନ୍ତି|



