
ଆସିକା,୨୩/୬(ଜିଲ୍ଲା ଖବର) : ଆସିକା ବ୍ଲକ କାଳଷଣ୍ଡପୁର କଇଁଫୁଲିଆ କ୍ଷୁଦ୍ର
ଜଳସେଚନ ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ ପାଇଁ
ବୁଧବାର ସଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା
ମଞ୍ଜୁଳା ସ୍ବାଇଁଙ୍କ ଦ୍ବାରା ଶୁଭ ଦିଆଯାଇଥିଲା । ଏହି
କାର୍ଯ୍ୟକ୍ରମ ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ
କୁଲାଙ୍ଗେ ଓ ଜିଲ୍ଲା ପ୍ରକଳ୍ପ ଅଧୁରୀ ଦତ୍ତାତ୍ରେୟ
ଭାଉ ସାହେବ ଯୋଗ ଦେଇଥିଲେ । ବ୍ରହ୍ମପୁର
ରାମଲିଙ୍ଗେଶ୍ବର ଏବଂ ଭଞ୍ଜନଗରସ୍ଥିତ ବିଜୁ
ପଟ୍ଟନାୟକ ପାର୍କ ଭଳି ଆସିକାର କଇଁଫୁଲିଆ କ୍ଷୁଦ୍ର
ଜଳସେଚନ ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ କରାଯିବ ।
ଯାହାର କ୍ଷେତ୍ରଫଳ ୮ ହଜାର ସ୍କାଏର ମିଟରରହିବା
ଏଥି ବ୍ଲକର ମନେରଗା, ଏମଆଇ,ପିଡବ୍ଲ୍ୟୁଡି,
ବିଦ୍ୟୁତ ବିଭାଗ, ହର୍ଟିକଲଚର ସାଙ୍ଗକୁ ବିଭିନ୍ନ
ବିଭାଗର ଅନୁମୋଦନ କ୍ରମେ ସୌନ୍ଦର୍ଯ୍ୟକରଣ
ଲାଗି ବ୍ୟୟବରାଦ କରାଯିବ । ଏହି କାର୍ଯ୍ୟ ପାଇଁ
ପାଖାପାଖୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ
ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ
୪୫ ଲକ୍ଷ ଟଙ୍କା ଅନୁଦାନ ମର ହୋଇଥିବା ଜଣାଯାଇଛି । ଏହିଭଳି ୫ଟି ପର୍ଯ୍ୟାୟରେ ଟଙ୍କା ମର ହୋଇ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ସୂଚନା
ପ୍ରଦାନ କରାଯାଇଛି ।
ଏହି ଅଞ୍ଚଳକୁ ଭି-ପଏଣ୍ଟ ମଡେଲ ଆକାରରେ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଯୋଜନା ରହିଛି । ସେଥିରେ ଦୋକାନ ନିର୍ମାଣ ସାଙ୍ଗକୁ ପ୍ରାତଃଭ୍ରମଣ ପାଇଁ ଚଲାପଥ,ପାଣିରେ ବୋଟିଂ ବ୍ୟବସ୍ଥା, ସୁନ୍ଦର ବଗିଚା କରାଯାଇ ନାନା
କିସମର ଫୁଲ ଚାଷ, ଶିଶୁମାନଙ୍କ ପାଇଁ ପାର୍କ,ସୁନ୍ଦର ଘାସ ପଡ଼ିଆ, ସମୟ ଅତିବାହିତ ସହିତ ବସିବା ପାଇଁ ସୁନ୍ଦର ଚେୟାର,ଖୋଲା ଆକାଶରେ ବ୍ୟାୟାମ ଯନ୍ତ୍ରପାତି ସ୍ଥାପନ, ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ
ଆଧୁନିକିକରଣରେ ଅନେକ ପଶୁପକ୍ଷୀଙ୍କ ମୃତ୍ୟୁ। ଆଲୋକୀକରଣ ସାଙ୍ଗକୁ ପାଣିରେ ଚିଙ୍ଗ ବିରଙ୍ଗ
ଲାଇଟ ସ୍ଥାପନ ପ୍ରଭୃତି କାର୍ଯ୍ୟକ୍ରମ ରହିଛି ।


ଏନଏସି ୱାର୍ଡ ନମ୍ବର-୧ ରଘୁନାଥ ନଗର ବଙ୍ଗଳା ତୋଟା
ଠାରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଜାଗା ଚିହ୍ନଟ ପରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏହା ପ୍ରାୟ ଏକ ଏକର କ୍ଷେତ୍ର ପଳରେ ନିର୍ମାଣ କରାଯିବ । ସେହିଭଳି ଏନଏସି ୱାର୍ଡ ନମ୍ବର-
୮ଗଣ୍ଡପଲ୍ଲୀ ଗ୍ରାମସ୍ଥିତ ସୁବର୍ଣ୍ଣେଶ୍ବର ମନ୍ଦିର ଠାରେ ବୃକ୍ଷରୋପଣ କରାଯାଇଥିଲା । ଏହା ସହିତ
ଚେରମାରିଆ, ଚଢିଆପଲ୍ଲୀ ପଞ୍ଚାୟତ ଖଣ୍ଡଦେଉଳି ଗ୍ରାମରେ ସାଂସଦ ପ୍ରମିଳା ବିଷୋୟୀ,ବିଧାୟିକା
ମଳା ସ୍ବାଇଁ, ଜିଲ୍ଲାପାଳ ବିଜୟ ଅମୃତ
କୁଲାଗେ,ପିଡି ଦତ୍ତାତ୍ରେୟ ଭାଉ ସାହେବ, ବିଡିଓ ରୋଶନ ଶତପଥୀ, ତହସିଲଦାର ସଦାନନ୍ଦ ସେଠୀ,ଆସିକା ପଞ୍ଚାୟତ ସମିତି ଅଧିକ୍ଷ ହରେକୃଷ୍ଣ ମଲ୍ଳିକ ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଟେଟେ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। କାର୍ଯ୍ୟକ୍ରମ ବେଳେ
ଗଞ୍ଜାମ ଜିଲ୍ଲା ବିଜେଡି ଯୋନ ସଭାପତି ନଚିକେତା ସ୍ବାଇଁ, ବିଜେଡି ନେତା ଭଗବାନ ସାହୁ, ବରଗାଁ ସମିତିସଭ୍ୟ ଶିବ ନାହକ, ବରିଷ୍ଠ ନେତା ଦିଲ୍ଲୀପ କୁମାରପାଣିଗ୍ରାହୀ,ଅନ୍ୟତମ ବରିଷ୍ଠ ନେତା ସୂର୍ଯ୍ୟକାନ୍ତ ପରିଡା, ବ୍ଲକ ସଭାପତି ରାଜେଶ କୁମାର ପଟ୍ଟନାୟକ, ନଗର ସଭାପତି ସତ୍ୟନାରାୟଣ ସ୍ବାଇଁ
*ଦୁଇ କୋଟି ବ୍ୟୟ ଅଟକଳ*
.

ଯୁବ ବିଜେଡି ନେତା ଅନୀଲ କୁମାର ନାୟକ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ବି, ମନୋଜ କୁମାର ଦୋରା, ନଗରସଭାପତି ନିଗମାନନ୍ଦ ରାଉତ, ବ୍ଲକ ସଭାପତି ବିମଳ ପ୍ରଧାନ, ପ୍ରତାପ ଚନ୍ଦ୍ର ପ୍ରଧାନ, ସୁକାନ୍ତସାହୁ, ଶଙ୍କର ପାଳ, ଭଗବାନ ନାୟକ, ସାଇରାଜ
ଦଳାଇ, ଅନନ୍ତ ଭଞ୍ଜ, ହରିହର ସାମନ୍ତରା, ସୁବ୍ରତ ପାତ୍ର ଓ ଅନ୍ୟମାନେ ଯୋଗ ଦେଇଥିଲେ । ସେହିଭଳି ବିଭାଗୀୟ ଅଧୁକାରୀମାନଙ୍କ ମଧ୍ୟରେ ଏମଆଇ ଭଞ୍ଜନଗର ଏକଜିଭ୍ୟୁଟିଭ ଇଞ୍ଜିନିୟର କିଶୋର ଚନ୍ଦ୍ର
– ପାଳ, କନିଷ୍ଠ ଯନ୍ତ୍ରୀ ଅଚ୍ୟୁତା ନନ୍ଦ ପାତ୍ର ସାଙ୍ଗକୁ ବିଭିନ୍ନ ବିଭାଗର ଅଧୁରୀ ଏବଂ ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ।







