
ବାଲିଗୁଡ଼ା , 23/06 { ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବିଜେପି ଅନୁସୁଚିତ ଜାତିମୋର୍ଚ୍ଚା ତରଫରୁ ସଭାପତି ଶ୍ରୀଯୁକ୍ତ ଅନନ୍ତ କୁମାର ଦିଗାଲ ଙ୍କ ନେତୃତ୍ବ ରେ ଆଜି ଭାରତୀୟ ଜନସଂଘର ସଂସ୍ଥାପକ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଚକାପାଦ ବ୍ଲକ କୁସୁମେଣ୍ଢି ଠାରେ ଆଜି ବଳିଦାନ ଦିବସ ପାଳନ ସହ ବୃକ୍ଷ ରୋପଣ କରାଯାଇଛି।କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ଅନୁସୁଚିତ ଜାତିମୋର୍ଚ୍ଚା ରାଜ୍ଯ ଉପସଭାପତି ଶ୍ରୀଯୁକ୍ତ ରାମବିଶି ଦିଗାଲ ଯୋଗଦାନ କରି ସ୍ଥାନୀୟ ଜନସାଧାରଣଙ୍କୁ ମାସ୍କ ବଣ୍ଟନ ସହ ବର୍ଷାରେ ପ୍ରଭାବିତ ହୋଇ ଘର ଭାଙ୍ଗି ଯାଇଥିବା ଜଣେ ଦଳିତ ପରିବାରବର୍ଗ ଙ୍କୁ ଚାଉଳ ପ୍ୟାକେଟ ସହ କିଛି ଆର୍ଥିକ ସହାୟତା ମଧ୍ଯ କରିଥିଲେ। ଆଜିର ଏହି ବିଶେଷ କାର୍ଯ୍ୟକ୍ରମରେ ଅନୁସୁଚିତ ଜାତିମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଶ୍ରୀ ପାତ୍ର ଦିଗାଲ,ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ଯ ଶତୃଘନ ନାୟକ,ଶଷୀ ବେହେରା,ଚକାପାଦ ବିଜେପି ମଣ୍ଡଳ ସଭାପତି ଶ୍ରୀ ସରୋଜ ସାହୁ ଯୁବମୋର୍ଚ୍ଚା ସଭାପତି ଶ୍ରୀ ସୁଭେନ୍ଦୁ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।ଏଥିରେ ଯୋଗଦାନ କରିଥିବା ଗ୍ରାମବାସୀ ଙ୍କୁ ବିଜେପି ଅନୁସୁଚିତ ଜାତିମୋର୍ଚ୍ଚା ତରଫରୁ ଚାରା ବଣ୍ଟନ ମଧ୍ଯ କରାଯାଇଥିଲା।



