
ନୂଆଦିଲ୍ଲୀ, ୨୩/୦୬/୨୧ (ଜିଲ୍ଲା ଖବର) : କେପଟାଉନରେ ଚାଲିଥିଲା ଲୋକପ୍ରିୟ ରିଆଲିଟି ଶୋ’ ‘ଖତ୍ରୋଁ କି ଖିଲାଡି ୧୧’ର ସୁଟିଂ । ହେଲେ ଏବେ କେପଟାଉନରେ ସରି ଯାଇଛି ଏହାର ସୁଟିଂ । ରୋହିତ ଶେଟ୍ଟୀ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ ସେୟାର କରି ଏହାର ସୂଚନା ଦେଇଛନ୍ତି । ରୋହିତ ଶେଟ୍ଟି ଏହି ଶୋ’ ସହ ଜଡିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଏହି କରୋନା ସଙ୍କଟ ସମୟରେ ସୁଟିଂ ପାଇଁ ଆଗକୁ ଆସିଥିବାରୁ ।
ସେ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ’୪୨ ଦିନ ,ପାଗଳପଣ ଏବଂ ଆକ୍ସନରେ ଭରପୁର ଯାତ୍ରାର ଅନ୍ତ ହୋଇଛି। ଏହି ସିଜିନ ବହୁତ୍ ଖାସ୍ ଥିଲା । ଯେତେବେଳେ ସାରା ଦୁନିଆଁ ଡରିକି ଅଛନ୍ତି, ସେତେବେଳେ ଶୋ’ରେ ଯୋଡି ହୋଇଥିବା ସଦସ୍ୟମାନେ ବହୁତ୍ ସାହାସ ଦେଖାଇଛନ୍ତି । ଯେଉଁଥିପାଇଁ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସିଜିନ ସମ୍ଭବ ହୋଇ ପାରିଲା । ସତରେ ମୁଁ ନିଜକୁ ଭାଗ୍ୟବାନ୍ ମନେ କରୁଛି । ଭଗବାନଙ୍କୁ ଧନ୍ୟବାଦ ଜଣାଉଛି ଯେ, କୌଣସି ସମସ୍ୟା ନହୋଇ ସୁଟିଂ ପୁରା ହୋଇଛି ।
ଆଗକୁ ସେ ଲେଖିଛନ୍ତି ଯେ, ‘ ଏବେ ଗର୍ବର ସହିତ କହି ପାରିବି କି ଆମେ ଶୋ’କୁ ଏକ ଅଲଗା ଲେବୁଲକୁ ନେଇ ଯାଉଛୁ । ଏବେ ମୁଁ ଆପଣଙ୍କ ସହିତ ଏହି ଯାତ୍ରା ସେୟାର କରିବାକୁ ଆଉ ଅପେକ୍ଷା କରି ରହି ପାରିବି ନାହିଁ । ମୁମ୍ବାଇ ରିଟର୍ଣ୍ଣ ଏବଂ କେପଟାଉନକୁ ଅଲବିଦା । ‘ଖତ୍ରୋଁ କି ଖିଲାଡି ୧୧’ ଖୁବ୍ ଶୀଘ୍ର ଆସୁଛି ‘ ।



