Sunday, November 15, 2026
Home ଆଞ୍ଚଳିକ ପାଦରେ ୩୫୮ କିଲୋ ଓଜନ ଉଠାଇଲେ ୟୋ ୟୋ ହନି ସିଂହ

ପାଦରେ ୩୫୮ କିଲୋ ଓଜନ ଉଠାଇଲେ ୟୋ ୟୋ ହନି ସିଂହ

7

ନୂଆଦିଲ୍ଲୀ, ୨୩/୦୬/୨୧ (ଜିଲ୍ଲା ଖବର) : ଜଣାଶୁଣା ରାପର ୟୋ ୟୋ ହନି ସିଂହ ,ସବୁବେଳେ ନିଜର ଷ୍ଟାଇଲ ଏବଂ ଗୀତକୁ ନେଇ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ତାଙ୍କର ପ୍ରକୃତ ନାଁ ହେଉଛି ହିରଦେଶ ସିଂହ । ଗୀତ ଗାଇବା  ଆରମ୍ଭ କରିବା ପରେ,ନିଜ ନାଁ ବଦଳାଇ ୟୋ ୟୋ ହନି ସିଂହ ରଖିଥିଲେ ।  ନିକଟରେ ହନି ସଂହ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ଏକ ଜିମ୍ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଜିମରେ  ତାଙ୍କର ଦୁଇଜଣ ସାଥିଙ୍କ ସହିତ ଓ୍ବାର୍କଆଉଟ କରୁଥିବା ଦେଖିବାକୁ ମିଳୁଛି । ସେ ତାଙ୍କ ପାଦରେ ୩୫୮କିଲୋ ଓଜନ ଉଠାଇବାକୁ ଚେଷ୍ଟା କରୁଛନ୍ତି । ଶେଷରେ ସେ ସଫଳ ମଧ୍ୟ ହେଉଛନ୍ତି । ଏହା ସହିତ କ୍ୟାପସନରେ ଲେଖିଛନ୍ତି ଯେ, ‘ ଏହା ହେଉଛି ୩୫୮ କିଲୋ । ୧୦ଥର ରିପିଟ କରିବାକୁ ପଡିଲା । ୫ ଥର ଚେଷ୍ଟା କରିବାକୁ ପଡିଲା । ଶେଷରେ ସଫଳ ହେଲି । ନିଜ ଜୀବନରେ ସବୁବେଳେ ନିଜ ଲକ୍ଷକୁ ଉପରେ ରଖିବା ଆବଶ୍ୟକ । ଜୀବନ ଥରେ ହିଁ ମିଳେ ।  

ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ଏହାକୁ ପସନ୍ଦ କରିବା ସହିତ, ପ୍ରଂଶସା ମଧ୍ୟ କରୁଛନ୍ତି ।