
ନୂଆଦିଲ୍ଲୀ, ୨୩/୦୬/୨୧ (ଜିଲ୍ଲା ଖବର) : ୮୦ ଦଶକରେ ସିନେମା ଦୁନିଆଁରେ ରାଜ୍ କରୁଥିଲେ, Raj Babbar । ଥିଏଟର ଠାରୁ ଆରମ୍ଭ କରି, ଫିଲ୍ମ ଦୁନିଆଁ ଯାଏଁ , ବେଶ ସଫଳତା ହାସଲ କରିଛନ୍ତି ସେ । ୨୩ ଜୁନ ୧୯୫୨ରେ ସେ ଉତ୍ତର ପ୍ରଦେଶର ଟୁଣ୍ଡଲାରେ ଜନ୍ମଗ୍ରହଣ କରିଥିଲେ ।
ସେ ତାଙ୍କ ପାଠପଢା ସାରିବା ପରେ, ଅଭିନୟ ପ୍ରତି ରୁଚି ରହିଥିବା କାରଣରୁ, ଦିଲ୍ଲୀ ସ୍ଥିତ ନେଶନାଲ ସ୍କୁଲ ଅଫ୍ ଡ୍ରାମାରେ ଆଡମିସନ ନେଇଥିଲେ । ଦିଲ୍ଲୀ ରେ ସେ ଅନେକ ଥିଏଟର ଗ୍ରୁପରେ ଯୋଡି ହୋଇଥିଲେ ଏବଂ ନାଟକରେ ଅଂଶଗ୍ରହଣ କରୁଥିଲେ । ଏହାପରେ ୧୯୭୭ରେ ଫିଲ୍ମ’ କିସା କୁର୍ସି କା ‘ ମାଧ୍ୟମରେ ସେ ଡେବ୍ୟୁ କରିଥିଲେ ।
ଏହାପରେ ସେ ଅନେକ ଫିଲ୍ମରେ କାମ କରିଛନ୍ତି । ସର୍ବଶ୍ରେଷ୍ଠ ଖଳନାୟକ ପୁରସ୍କାର ମଧ୍ୟ ପାଇଛନ୍ତି । ୧୯୭୫ରେ ସେ ନାଦିରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ପ୍ରକାଶ ଥାଉକି, ଫିଲ୍ମ ବ୍ୟତୀତ Raj Babbar ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି ।





