
ନୂଆଦିଲ୍ଲୀ, ୨୩/୦୬/୨୧ (ଜିଲ୍ଲା ଖବର) : ଆଜି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଉପରେ ହୋଇପାରେ ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ହେବାକୁଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋହର ଲାଗିପାରେ। କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଭିତରେ ଏହି ବୈଠକ ଆୟୋଜନ କରାଯାଉଛି।
୨୦୧୯ରେ ଏନଡିଏ ସରକାର ଗଠନ ହେବା ପରେ ମୋଦି କ୍ୟାବିନେଟ ସମ୍ପ୍ରସାରଣ କରାଯାଇ ନାହିଁ। ଶିବସେନା ଏବଂ ଶିରୋମାନି ଅକାଲୀ ଦଳ ବିଜେପିର ହାତ ଛାଡିବା ଏବଂ ଖଔଚ କୋଟାରୁ ରାମ ଭିଲାସ ପାସୱାନଙ୍କ ମୃତ୍ୟୁ ହେବା ପରେ କ୍ୟାବିନେଟରେ ଗୋଟିଏ ସ୍ଥାନ ଖାଲି ରହିଛି। ସେହିପରି ମନ୍ତ୍ରୀମଣ୍ଡଳ ରେ ଏକଧିକ ବିଭାଗର ଦାୟିତ୍ବ ମନ୍ତ୍ରୀ ମାନଙ୍କ ହାତରେ ରହିଛି। ୨୦୨୨ ରେ ଉତ୍ତରପ୍ରଦେଶ ସମେତ ୬ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଉତ୍ତରପ୍ରଦେଶରୁ ୩, ଉତ୍ତରାଖଣ୍ଡ ରୁ ୧, ଗୁଜୁରାଟରୁ ୧, ଗୋଆରୁ ୧, ହିମାଚଳ ପ୍ରଦେଶର ୧ ଏବଂ ପଞ୍ଜାବର ଜଣେ ନୂଆ ଚେହେରା କୁ କେନ୍ଦ୍ର କ୍ୟାବିନେଟରେ ସୁଯୋଗ ମିଳିପାରେ। ଜେଡିୟୁ ମଧ୍ୟ ସାମିଲ କରାଯାଇପାରେ। ଏପରି ଚର୍ଚା ମଧ୍ୟରେ ଆଜିର କ୍ୟାବିନେଟ ବୈଠକ ହେବାକୁ ଯାଉଛି ।


