Wednesday, November 11, 2026
Home ଆଞ୍ଚଳିକ ଏଲିଏନ୍ ପ୍ରେମରେ ବ୍ରିଟେନ ଅଭିନେତ୍ରୀ

ଏଲିଏନ୍ ପ୍ରେମରେ ବ୍ରିଟେନ ଅଭିନେତ୍ରୀ

10

୨୩/୦୬/୨୧ (ଜିଲ୍ଲା ଖବର) : ଏଲିଅନ ପ୍ରେମରେ ବ୍ରିଟେନ ମହିଳା । କହୁଛନ୍ତି ମଣିଷଙ୍କଠାରୁ ସେମାନେ କୁଆଡେ ବହୁତ ଗୁଣରେ ଭଲ । ସେ ମୋ ବଏଫ୍ରେଣ୍ଡ । ମଣିଷଙ୍କ ଭଳି ସେମାନେ ମୋ ମନ ଭାଙ୍ଗିବେନି । ତାଙ୍କ ସହ ମୁଁ ପୁଣି ଡେଟ୍ କରିବାକୁ ଚାହିଁବି ।
 

ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଏମିତି । ବ୍ରିଟେନର ଜଣେ ମହିଳା ପୌଲା ସ୍ମିଥଙ୍କ କହିବାନୁଯାୟୀ, କିଛିଦିନ ତଳେ ସେ ଶୋଇଥିବା ବେଳେ ତାଙ୍କୁ ଅପହୃତ କରି ଏକ ଅଜ୍ଞାତ (UFO)କୁ ନେଇଯାଇଥିବା ଦାବି କରନ୍ତି । ସେହି ଅପହୃତ ଗ୍ରୁପରେ ଥିଲେ 5 ଜଣ ଏଲିଅନ ।

ସେମାନେ ମଣିଷଙ୍କଠାରୁ କୁଆଡେ ବହୁତ ଭଲ । ତେବେ ସେ ଦାବି କରିଛନ୍ତି ଯେ, ତାଙ୍କୁ 50 ଥର ପାଖାପାଖି ଏଲିଅନ ମାନେ ଅପହୃତ କରିଛନ୍ତି । ଏହାର ଚିହ୍ନ ବି ତାଙ୍କ ଦେହରେ ଅଛି ।ତାଙ୍କ କହିବାନୁଯାୟୀ, ଯଦି ପୁଣି ଥରେ ଏଲିଅନମାନେ ଅପହୃତ କରନ୍ତି ସେଥିପାଇଁ ସେ ପ୍ରସ୍ତୁତ । ତାଙ୍କ ସହ ରୋମାନ୍ସ ଓ ତାଙ୍କ ସହ ଡେଟ୍ କରିବାକୁ ସେ ଉତ୍ସାହର ସହ ଅପେକ୍ଷା କରିଥିବା କହିଛନ୍ତି । 50 ବର୍ଷୀୟ ସ୍ମିଥ୍ କହୁଥିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।