Friday, November 13, 2026
Home ଆଞ୍ଚଳିକ ମାମଲା ରଫା ଦଫା ପାଇଁ ସାକ୍ଷୀଙ୍କୁ ଧମକ ଅଭିଯୋଗ

ମାମଲା ରଫା ଦଫା ପାଇଁ ସାକ୍ଷୀଙ୍କୁ ଧମକ ଅଭିଯୋଗ

10

ଭୁବନେଶ୍ୱର,୨୩/୦୬/୨୧ (ଜିଲ୍ଲା ଖବର) :  ମାମଲା ରଫା ଦଫା ପାଇଁ ସାକ୍ଷୀଙ୍କୁ ଧମକ ଅଭିଯୋଗ  ।  ଦୁଇ ବର୍ଷ ତଳ ଏକ ମାମଲାରେ ଗିରଫ ଅଭିଯୁକ୍ତଙ୍କ ସ୍ତ୍ରୀ ଟଙ୍କା ଯାଚିବା ସହ ସାକ୍ଷୀଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ଠାରୁ ସୁରକ୍ଷା ଲୋଡିଛନ୍ତି ଦୁଇ ମହିଳା ।

2018 ମସିହା ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ନାବାଳିକା ଦୁଷ୍କର୍ମ ମାମଲାରେ କିଛି ମାସ ତଳେ ମୁ୍ଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା । ଅଭିଯୁକ୍ତ ବିଲ୍ଡର ପ୍ରମୋଦ ସିଂକୁ ଗିରଫ କରିଥିଲା କମିଶନରେଟ ପୋଲିସ । ଦୀର୍ଘ ତିନି ବର୍ଷ ଧରି ଦୁଷ୍କର୍ମକାରୀ ବିଲ୍ଡର ଫେରାର ଥିବାବେଳେ ଶେଷରେ ଧାମରା ପୋର୍ଟ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିଲା ।