Sunday, November 15, 2026
Home ଆଞ୍ଚଳିକ ୧୦ ଦିନର ଶିଶୁ ପାଇଁ ଦେବଦୂତ ସାଜିଲେ ସୋନୁ ସୁଦ

୧୦ ଦିନର ଶିଶୁ ପାଇଁ ଦେବଦୂତ ସାଜିଲେ ସୋନୁ ସୁଦ

5

ନୂଆଦିଲ୍ଲୀ, ୨୩/୦୬/୨୧ (ଜିଲ୍ଲା ଖବର) : କରୋନା କାଳରେ ସମସ୍ତଙ୍କ ସୁଖ ଦୁଃଖର ସାଥି ସାଜିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍ । ଦେବଦୂତ ସାଜି ଲୋକଙ୍କ ସାହାଯ୍ୟ କରିବାରେ ସବୁବେଳେ ବ୍ୟସ୍ତ ସୋନୁ ସୁଦ୍ । ନିକଟରେ ସେ ପୁଣି ଏମିତି ଏକ କାମ କରିଛନ୍ତି , ଯାହାକୁ ନେଇ ତାଙ୍କର ଭୁରି ଭୁରି ପ୍ରଶଂସା କରାଯାଉଛି । ନିକଟରେ ସୋନୁ ସୁଦ୍ ରାଜସ୍ଥାନର ଜାଲୋର ର ଏକ ୧୦ ଦିନର ଶିଶୁ ପାଇଁ ଦୂତ ଭାବେ ଉଭା ହୋଇଥିଲେ । ଯାହାର ହୃଦୟରେ ଏକ ଛିଦ୍ର ଥିଲା ।  

ଶିଶୁଟିର ଅପରେସନ ପାଇଁ ପରିବାର ପାଖରେ ଅର୍ଥର ଅଭାବ ଥିଲା । ଯେଉଁଥିପାଇଁ ସୋସିଆଲ ମିଡିଆ ମାଧ୍ୟମରେ ସାହାଯ୍ୟ ମାଗିଥିଲେ । ଟ୍ବିଟ ମାଧ୍ୟମରେ ଏହି ଖବର ସୋନୁ ସୁଦଙ୍କ ପାଖରେ ପହଞ୍ଚିବା ପରେ, ସେ ତୁରନ୍ତ ତାଙ୍କୁ ମୁମ୍ବାଇ ଡକାଇ ଅପରେସନ କରାଇଥିଲେ । ଏହାପରେ ସେ ଠିକ୍ ହୋଇ ଘରକୁ ଫେରିଥିଲେ ।  

ଶିଶୁଟି ଘରକୁ ଫେରିବା ପରେ, ପଡୋଶୀ ଦିଲୀପ୍ ସୋଲଙ୍କି ସୋନୁ ସୁଦଙ୍କୁ ଟ୍ବିଟ କରି, ଧନ୍ୟବାଦ୍ ଜଣାଇଛନ୍ତି ।  ଏହା ସହିତ ସୋନୁ ସୁଦ୍ ମଧ୍ୟ ରିଟ୍ବିଟ କରି ଖୁସିବ୍ୟକ୍ତ କରି କହିଛନ୍ତି ଯେ, ‘ ବନ୍ଧୁ ପାର୍ଟି କେବେ ଦେବେ’ ?

ପ୍ରକାଶ ଥାଉକି, ୧ ଜୁନରେ ଜନ୍ମହୋଇଥିବା ଶିଶୁଟିର ହୃଦୟରେ ଛିଦ୍ର ଥିଲା । ଯେତେବେଳେ ଶିଶୁଟିର ପୋଡଶୀ ଟ୍ବିଟ କରି ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ, ଶିଶୁଟିର ଅପରେସନ କରିବା ପାଇଁ ,ସେତେବେଳେ ସୋନୁ ସୁଦ୍ ତାଙ୍କୁ ତୁରନ୍ତ ମୁମ୍ବାଇ ଡକାଇ  ଅପରେସନ କରାଇଥିଲେ ।

 ଜୁନ୍ ୧୦ ରେ, ବାପା ଭଗାରାମ ମାଲିଙ୍କ ସହ ଶିଶୁକୁ ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ନିଆଯାଇଥିଲା, ଯେଉଁଠାରେ ଜୁନ୍ ୧୪ ରେ ମୁମ୍ବାଇର ୱର୍ଲି ଅଞ୍ଚଳର SRCC ହସ୍ପିଟାଲରେ ଏକ ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ଏହା ପରେ ୬ ଦିନ ଡାକ୍ତରଙ୍କ ସୁରକ୍ଷାରେ ରହିବା ପରେ ତାଙ୍କୁ ଜୁନ୍ ୨୦ ଦିନ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଏହି ନୀରିହ ଶିଶୁଟିର ସମସ୍ତ ଖର୍ଚ୍ଚ ସୋନୁ ସୁଦ ବହନ କରିଥିଲେ ।