
ଭୁବନେଶ୍ୱର,୨୩/୦୬/୨୧ (ଜିଲ୍ଲା ଖବର) : ରାଜ୍ୟରେ ବିଜୁଳି ବିଲ୍ ଦେଉନାହାନ୍ତି ସରକାରୀ କଲେଜ । ବାକି ପଡ଼ିଛି ୫୧ ଲକ୍ଷ ଟଙ୍କା । ଅସନ୍ତୋଷ ଜାହିର କଲା TPCODL । ଏନେଇ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛି ଟାଟା ପାୱାର କର୍ତ୍ତୃପକ୍ଷ । ବିଲ୍ ଦେଇ ନ ଥିବା କଲେଜ ଗୁଡ଼ିକରେ ରହିଛି ବିଜେବି, ରାଜଧାନୀ କଲେଜ, ପୁରୀ ଏସସିଏସ, କଟକର ଜେକେବିକେ ଓ ଶୈଳବାଳା ମହାବିଦ୍ୟାଳୟ ପ୍ରମୁଖ ।
ସମ୍ପୃକ୍ତ କଲେଜ ଅଧ୍ୟକ୍ଷଙ୍କୁ ବିଲ୍ ଦେବାକୁ ଅନୁରୋଧ କଲେ ବିଭାଗୀୟ ଉପସଚିବ । ଯଦି କୌଣସି କଲେଜ ବିଲ ଦେବାକୁ ପାଣ୍ଠିର ଅଭାବ ଥିବ ତେବେ ତୁରନ୍ତ ବିଭାଗକୁ ଜଣାଇବାକୁ ତାଗିଦ କରାଯାଇଛି ।


