Wednesday, November 11, 2026
Home ଆଞ୍ଚଳିକ କ୍ୟାନ୍ସରରେ ପୀଡିତ ଅଭିନେତା ଘନଶ୍ୟାମ ନାୟକ

କ୍ୟାନ୍ସରରେ ପୀଡିତ ଅଭିନେତା ଘନଶ୍ୟାମ ନାୟକ

5

ନୂଆଦିଲ୍ଲୀ, ୨୩/୦୬/୨୧ (ଜିଲ୍ଲା ଖବର) : ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା ଉଲଟା ଚଷମା’ରେ ନଟୁ କାକା ଭୂମିକାରେ ଅଭିନୟ କରୁଥିବା ଅଭିନେତା, ଘନଶ୍ୟାମ ନାୟକଙ୍କୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ, କ୍ୟାନ୍ସରରେ ପିଡୀତ ଘନଶ୍ୟାମ ନାୟକ । ତାଙ୍କର କ୍ୟାନ୍ସର ଟ୍ରିଟମେଣ୍ଟ ଚାଲିଛି । ଅଭିନେତାଙ୍କ ପୁଅ ବିକାଶ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି  ଯେ, ୩ ମାସ ପୂର୍ବରୁ ଅଭିନେତାଙ୍କ ଗଳାରେ କିଛି ଦାଗ ଦେଖା ଯାଇଥିଲା । ଏହାପରେ ତାଙ୍କର ଟ୍ରିଟମେଣ୍ଟ ଆରମ୍ଭ  କରା ଯାଇଥିଲା ।   

ଘନଶ୍ୟାମଙ୍କ ପୁଅ କହିଛନ୍ତି ଯେ, ଆମେ ତାଙ୍କ ଗଳା ପୋଜିଟ୍ରନ ଟମୋଗ୍ରାଫି ସ୍କାନ କରିଥିଲୁ ଏପ୍ରିଲରେ । ସେଥିରେ କିଛି ଦାଗ ଦେଖା ଯାଇଥିଲା ।  ତାଙ୍କୁ କିଛି ସମସ୍ୟାର ସମ୍ମୁଖୀନ କରିବାକୁ ପଡି ନଥିଲା କିନ୍ତୁ, ଆମେ କିଛି ବିପଦ ନେବାକୁ ଚାହୁଁ ନଥିଲୁ । ଏହାପରେ ଆମେ କେମୋଥେରାପି ଆରମ୍ଭ କଲୁ । ଗତ ବର୍ଷ ତାଙ୍କ ବେକରେ ୮ଟି କ୍ଲଟ ଥିବା ଖବର ସାମ୍ନାକୁ ଆସିଥିଲା । ଅସ୍ତ୍ରପ୍ରଚାର ପରେ ଏହା ତାଙ୍କ ଗଳାରୁ ବାହାର କରା ଯାଇଥିଲା ।

ନିକଟରେ ଆକ୍ଟର ଗୁଜୁରାଟର ଦାମନରେ ‘ତାରକ ମେହେତା କା ଉଲଟା ଚଷମା’ର ସୁଟିଂ କରିବାକୁ ଯାଇଥିଲେ । ଏହା ସହିତ ସେ ତାଙ୍କର ସୁଟିଂ ଏକ୍ସପେରିଏନ୍ସ ସେୟାର କରିବା ବେଳେ କହିଥିଲେ ଯେ, ‘ ତାଙ୍କ ଦେହ ଠିକ୍ ଅଛି କିନ୍ତୁ ପୁଣି ଥରେ ତାଙ୍କର ଟ୍ରିଟମେଣ୍ଟ  ଆରମ୍ଭ ହୋଇ ଯାଇଛି । ଏବେ କେମୋଥେରାପି ଚାଲିଛି ।

ପ୍ରକାଶ ଥାଉକି, ଘନଶ୍ୟାମ ଏବେ ଯାଏଁ ୩୦୦ରୁ ଅଧିକ ଫିଲ୍ମ,୨୫୦ ଥିଏଟର ଏବଂ ୧୦୦ରୁ ଅଧିକା ଟିଭି ଶୋ’ କରିଛନ୍ତି ।