
ଭୁବନେଶ୍ୱର, ୨୩/୦୬/୨୧ (ଜିଲ୍ଲା ଖବର) : ଲକଡାଉନରେ ରାଜ୍ୟରେ ସକ୍ରିୟ ଗୋଚାଲାଣକାରୀ ଗ୍ୟାଙ୍ଗ । ପୁଣି ଜବତ ହେଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ । ଏଥର ଭୁବନେଶ୍ବର ଆଇଗିଣିଆ ଫୁଲେଶ୍ବରୀ ଅଞ୍ଚଳରେ ପିକଅପ ଭ୍ୟାନକୁ ଜବତ କରିଛନ୍ତି ହିନ୍ଦୁ ଜାଗରଣ ମଞ୍ଚର ସଦସ୍ୟ । ଗତକାଲି ରାତିରେ ଗୋରୁ ଚୋରି କରି ଫେରାର ହୋଇଯିବା ସମୟରେ ଦୁର୍ବୃତ୍ତଙ୍କୁ ଧରିଛନ୍ତି ମଞ୍ଚର ସଦସ୍ୟ । ଭ୍ୟାନରୁ ୫ଟି ଗାଇ ଉଦ୍ଧାର ହୋଇଛନ୍ତି । ତେବେ ଗାଡ଼ି ଛାଡ଼ି ଫେରାର ହୋଇଯାଇଛି ଦଲାଲ ।



