Thursday, November 12, 2026
Home ଆଞ୍ଚଳିକ ୨୪ ଘଣ୍ଟା ମଧ୍ୟରେ ୩୪୫୬ କରୋନା ପଜିଟିଭ୍ ଚିହ୍ନଟ

୨୪ ଘଣ୍ଟା ମଧ୍ୟରେ ୩୪୫୬ କରୋନା ପଜିଟିଭ୍ ଚିହ୍ନଟ

8

ଭୁବନେଶ୍ୱର, ୨୩/୦୬/୨୧ (ଜିଲ୍ଲା ଖବର) :  ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୭୩ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୪୮୩ ଜଣ ଲୋକାଲ୍ କେସ୍ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୮୬୯୪୬ରେ ପହଞ୍ଚିଛି ।