Wednesday, November 11, 2026
Home ଆଞ୍ଚଳିକ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାହିଦ କପୁର

ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାହିଦ କପୁର

25

ନୂଆଦିଲ୍ଲୀ, ୨୩/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ସାହିଦ୍ କପୁର ଏବେ ଏମିତି କିଛି କରିବାକୁ ଯାଉଛନ୍ତି , ଯାହା ସେ ତାଙ୍କ ଜୀବନରେ ପୂର୍ବରୁ କେବେ କରି ନାହାଁନ୍ତି । ଏହାକୁ ନେଇ ସେ ବହୁତ୍ ନର୍ଭସ ମଧ୍ୟ ଅଛନ୍ତି । ଦର୍ଶକଙ୍କୁ ଅନେକ ହିଟ ଫିଲ୍ମ ଭେଟି ଦେଇଥିବା ଅଭିନେତା ସାହିଦ କପୁର, ଖୁବ୍ ଶୀଘ୍ର ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ତାଙ୍କର ଓ୍ବେବସିରିଜର ନାଁ ଏବେ ଯାଏଁ ସ୍ପଷ୍ଟ  କରାଯାଇ ନାହିଁ । ହେଲେ ଏହା ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ କରିବ । ସେ ଯେଉଁ ଓ୍ବେବ ସିରିଜରେ  ନଜର ଆସିବେ, ତାକୁ ଲେଖିଛନ୍ତି ରାଜ୍ ନିଦିମରୁ  ଏବଂ କୃର୍ଷ୍ଣା ଡି.କେ ।

ସାହିଦ କପୁର ତାଙ୍କର ଡିଜିଟାଲ ଡେବ୍ୟୁକୁ ନେଇ କହିଛନ୍ତି ‘ମୁଁ ମୋର ଡିଜିଟାଲ ଡେବ୍ୟୁକୁ ନେଇ ବହୁତ୍ ନର୍ଭସ ଅନୁଭବ କରୁଛି । କାହିଁକି ନାଁ, ମତେ ଲାଗୁଛି ଯେ, ଯେଉଁ କଳାକାରକୁ ବଡ ପରଦାରେ ପସନ୍ଦ କରାଯାଏ ତାକୁ ସମାନ ନୁହେଁ ,କି ଡିଜିଟାଲ ପ୍ଲାଟଫର୍ମରେ ବି ସେତିକି ପସନ୍ଦ କରାଯିବ ।