
ଗୁମ୍ମା, ୨୪/୧୦ (ପ୍ରଭତ କୁମାର ପତ୍ର) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼କଳାକୋଟ ପଞ୍ଚାୟତର କୁଲଙ୍ଗ ଗ୍ରାମରେ ଆଜି ଭୋର ସକାଳ ୭ .୧୫ସମୟରେ ପାଖ ମୁଖଲିଙ୍ଗ ପର୍ବତରୁ ପାଣି ଧସେଇ ହୋଇ ୨୦ଟି ଘର ପୁରା ଭାଙ୍ଗି ଯାଇ ଥିବା ବେଳେ ଆଉ ୨୦ ଟି ଘର ଅଳ୍ପ ନଷ୍ଟ ହୋଇଥିବା, ସହ ୧୫୦ରୁ ଉର୍ଦ୍ଧ୍ୱ ଗାଇ, ଛେଳି ମୃତ୍ୟୁ ହୋଇଥିବା ଜଣାପଡିଛି ।














ଘଟଣା ଟି ଆଉ ଟିକେ ରାତ୍ର ସମୟରେ ହୋଇଥିଲେ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା । ଘଟଣା ବିଷୟରେ ବଡକଳାକୋଟ ସରପଞ୍ଚ ଅଗଷ୍ଟିସ ଗମାଙ୍ଗ ବ୍ଲକ ପ୍ରଶାସନକୁ ଖବର ଦେବାପରେ ବିଡ଼ିଓ ନଟବର ଗରଡ଼, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଉପାଧ୍ୟକ୍ଷ ଗିତାଞ୍ଜଳି ରଇତ, ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମା ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ବୁଝି ସେମାନଙ୍କୁ ପାଖ ଚର୍ଚ୍ଚରେ ରଖି ଖାଇବା ବ୍ୟବସ୍ଥା କରାଯାଇଛି I



