Sunday, October 11, 2026
Home ଆଞ୍ଚଳିକ କାଲି ରତ୍ନ ସିଂହାସନରୁ ସ୍ନାନବେଦୀକୁ ବିଜେ କରିବେ ଶ୍ରୀଜିଉ

କାଲି ରତ୍ନ ସିଂହାସନରୁ ସ୍ନାନବେଦୀକୁ ବିଜେ କରିବେ ଶ୍ରୀଜିଉ

11

ପୁରୀ, ୨୩/୦୬/୨୧ (ଜିଲ୍ଲା ଖବର) : ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ରତ୍ନ ସିଂହାସନରୁ ସ୍ନାନବେଦିକୁ ବିଜେ କରିବେ ଶ୍ରୀଜିଉ। ୧୦୮ ଗଡୁ ସୁବାସିତ ଜଳରେ ସ୍ନାନମଣ୍ଡପରେ ଦିବ୍ୟସ୍ନାନ କରିବା ସହ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ କାଳିଆ ସାଆନ୍ତେ। ଶ୍ରୀଜିଉ ମାନେ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର‌୍ୟ୍ୟାୟରେ ପହଞ୍ଚିଛି। ସମଗ୍ର ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ସମସ୍ତ ସାହି, ଗଳି,କନ୍ଦି ଓ ବଡ଼ଦାଣ୍ଡ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ।

ଆଜି ରାତି ୧୦ ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ ସହରରେ ୧୪୪  ଧାରା ଜାରି ହେବା ସହ କଟକଣାକୁ କଡାକଡି ଭାବେ ପାଳନ କରାଯିବ। ଦେବସ୍ନାନ ପୂର୍ଣ୍ଣିମା  ପାଇଁ ୫ ଜଣ ଅତିରିକ୍ତ ଏସପି, ୨୩ ଡିଏସପି, ୩୫ ପ୍ଲାଟୁନ ଫୋର୍ସ, ୧୫୦ରୁ ଅଧିକ ଅଧିକାରୀ  ମୁତୟନ ହେବେ । କେବଳ ନୀତିକାନ୍ତିରେ ଜଡିତ ପାସ୍ ଧାରୀ ସେବାୟତଙ୍କୁ ଛଡ଼ାଯିବ।