
ହିଞ୍ଜିଳିକାଟୁ,୨୩/୬(ଜିଲ୍ଲା ଖବର) : ହିଞ୍ଜିଳିକାଟୁ ପୌରାଞ୍ଚଳ ସିନେମା ହଲ ଛକ ଠାରେ ଏକ ଟ୍ରକ ଦୁର୍ଘଟଣାରେ ଦୁଇ ଗାଈ ମୃତ ଓ ଗୋଟିଏ ଗାଈ ଗରୁତ୍ୱର ସୁଚନା ମିଳିଛି ହିଞ୍ଜିଳିକାଟୁ ର ସିନେମା ହଲ୍ ଛକ ଠାରେ ଗାଈ ଗୁଡ଼ିକ ରୋଡ ଉପରେ ଶୋଇଥିବା ବେଳେ ବ୍ରହ୍ମପୁର ପଟୁ ଆସୁଥିବା ଏକ ମାଲ ବାହି ଟ୍ରକ୍ ଯାହାର କି ନଂ (AP୩୦TC୨୦୪୩) ଧକା ରେ ଦୁଇ ମୃତ ହୋଇଥିବା ବେଳେ ଅନ୍ୟ ଏକ ଗାଈ ଗରୁତ୍ୱର ହୋଇ ଥିବା ଜଣାପଡିଛି ଏହା ପରେ ହିଂଜିଳି ଥାନା ଓ ହିଂଜିଳି ପୌରପରିଷଦ କର୍ମଚାରୀ ପୌରପରିଷଦ ନିର୍ବାହୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ କୁ ଜବତ କରିବା ସହିତ ଟ୍ରକ ଡ୍ରାଇଭର କୁ ଥାନା ଅଟକ ରଖିଥିବା ସୂଚନା ମିଳିଛି ହିଞ୍ଜିଳିକାଟୁ ସହର ରେ ବୁଲା ଗାଈ ଗୋରୁ ମାନ ଙ୍କ ସୁରକ୍ଷା କୁ ନେଇ ଏବେ ପୌର ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏହି ବିଷୟରେ ହିଂଜିଳି ପୌରପରିଷଦ ନିର୍ବାହି ଅଧିକାରୀ କଂ ସହିତ ଯୋଗାଯୋଗ କରିବାରୁ ଏହା ବୁଲା ଗାଈ ହୋଇନଥିବା କହିଛନ୍ତି ତତ୍ ସଙ୍ଗେ ଡାକ ବାଜି ଯନ୍ତ୍ର ଦ୍ୱାରା ନିଜର ଗାଈ କୁଂ ନିଜର ଘରେ ରଖିବାପାଇଁ କୁହାଯାଇଛି ବୋଲି କହିଛନ୍ତି ହେଲେ ଏଠି ପ୍ରଶ୍ନ ଉଠେ କି କାହିଁକି ଗାଈ କୁଂ ରାସ୍ତାରେ ଛାଡ଼ୁଛନ୍ତି ଗାଈ ରଖିଥିବା ମାଲିକ ମାନେ ଗାଈ ରାସ୍ତା କୁଂ ଛାଡିବା ଦ୍ୱାରା ବହୁତ ଛୋଟ ବଡ଼ ଦୁର୍ଘଟଣା ଘଟିଥିବା ଖବର ମିଳିଛି ଏହି ଗାଈ ମାଲିକ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ କେବେ ନେବେ ହିଂଜିଳି ପ୍ରସାସନ ଦେଖିବାକୁ ବାକି ରହିଲା



