Sunday, October 11, 2026
Home ଆଞ୍ଚଳିକ ବିଧବା ଙ୍କ କଥା ଭୁଝିଲେ ବି.ଡ଼ି.ଓ

ବିଧବା ଙ୍କ କଥା ଭୁଝିଲେ ବି.ଡ଼ି.ଓ

5

ବାଲିଗୁଡ଼ା , 22/06 { ସୁକାନ୍ତ କୁମାର ତ୍ରିପାଠୀ } : ସାରା ଦେଶରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି ଏହି କରୋନା କୁ ଭୟ କରି ବହୁ ଲୋକ ଘରୁ ବାହାରକୁ ଯାଉନାହାନ୍ତି କିନ୍ତୁ ନିଜ ଜୀବନକୁ ଭୟ ନକରି ଲୋକଙ୍କ କଥା ଭୁଝିବା ପାଇଁ ସିଧା ସଳଖ ଲୋକଙ୍କ ସହ ଆଲୋଚନା କରୁଛନ୍ତି ବ୍ଲକ ଉନୟନ ଅଧିକାରୀ ରୀନା ପ୍ରଧାନ I ଅନ୍ତର୍ଜାତୀୟ ବିଧବା ଦିବସ ଅବସରରେ ସେ ତୁମୁଡିବନ୍ଧ ପଞ୍ଚାୟତ ସମିତି ର ତୁମୁଡିବନ୍ଧ ଓ କୁର୍ତ୍ତମଗଡ଼ ପଞ୍ଚାୟତ କୁ ଯାଇ ବିଧବା ମା ମାନଙ୍କ ସହ ଆଲୋଚନା କରିଥିଲେ କରିବା ସମୟରେ ସେ ସମସ୍ତ ମା ମାନଙ୍କୁ ଅନୁରୋଧ କରିଥିଲେ ଯେ ଆପଣ ନିଜେ ନିଜକୁ ଓ ଆପଣଙ୍କ ପରିବାରର ସୁରକ୍ଷା କରିପାରିବେ ଓ ଆପଣଙ୍କୁ ଦେଖି ଅନ୍ୟ ପୋଡ଼ଶୀ ସଚେତନ ହୋଇପାରିବେ ଏହି ମହାନ ଶବ୍ଦ ସମସ୍ତଙ୍କୁ ଭୁଝାଇ ଅନ୍ତର୍ଜାତୀୟ ବିଧବା ଦିବସ ପାଳନ କରିଥିଲେ I
ଏହି ଦିବସ ପାଳନ କରିଥିବା ଶୁଣି ତୁମୁଡିବନ୍ଧ ବ୍ଲକର ବୁଦ୍ଧିଜୀବୀ ଓ ବିଧବା ମା ମାନେ ବ୍ଲକ ଉନୟନ ଅଧିକାରୀ ରୀନା ପ୍ରଧାନ ଙ୍କୁ ପ୍ରଂଶସା କରିଥିଲେ |