Friday, November 13, 2026
Home ଆଞ୍ଚଳିକ ହାଟମୁନିଗୁଡା ରାମକୃଷ୍ଣ ମିଶନ ଠାରେ ଯୋଗ ଦିବସ ପାଳନ

ହାଟମୁନିଗୁଡା ରାମକୃଷ୍ଣ ମିଶନ ଠାରେ ଯୋଗ ଦିବସ ପାଳନ

42

ବିଷମକଟକ,୨୨/୬{ଜିଲ୍ଲା ଖବର } : ହାଟମୁନିଗୁଡା ରାମକୃଷ୍ଣ ଆଶ୍ରମ ଠାରେ ଯୋଗ ଦିବସ ପାଳନ କରାଯାଇଅଛି l ଆଶ୍ରମ ର ମୁଖ୍ୟ ଶ୍ୱାମୀ ଗୀତାତ୍ମାନନ୍ଦ ମହାରାଜ ଆଶ୍ରମ ରେ ଥିବା ସମସ୍ତ କର୍ମଚାରୀ ଙ୍କୁ ଯୋଗ ଦିବସ ର ମହତ୍ୱ ସମ୍ୱନ୍ଧ ରେ କହିଥିଲେ l ଆଶ୍ରମ ର ଯୋଗ ଶିକ୍ଷାକ ଙ୍କ ଦ୍ୱାରା ଯୋଗ, ଆସନ ଓ ପ୍ରାଣାୟାମ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l କରୋନା ସମୟ ହୋଇଥିବା ରୁ ଆଶ୍ରମ ରେ କୈଣସି ଛାତ୍ର ନଥିଲେ। ଶିକ୍ଷକ ମାନେ ଅନଲାଇନ ମାଧ୍ୟମ ରେ ଉକ୍ତ କାର୍ଯ୍ୟକ୍ରମ ରେ ଛାତ୍ର ମାନଙ୍କ ସହଯୋଡ଼ି ହୋଇ ଯୋଗ ପ୍ରାଣାୟମ ଆଦି କରିଥିଲେ। l ରାମକୃଷ୍ଣ ଆଶ୍ରମ ର ସମସ୍ତ କର୍ମଚାରୀ ମିଶି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ l ରାମକୃଷ୍ଣ ମିଶନ ର ମୁଖ୍ୟ ଶ୍ୱାମୀ ଗୀତା ତ୍ମା ନନ୍ଦ ମହାରାଜ ଙ୍କ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା l ପ୍ରାୟ ୨୦ ଜଣ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ସମସ୍ତଙ୍କ ସହଯୋଗ ନିମନ୍ତେ ମହାରାଜ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।