
ବିଷମକଟକ,୨୨/୬(ଜିଲ୍ଲା ଖବର) : ଆଜି ରାୟଗଡା ଜିଲ୍ଲାକୁ ରାଜ୍ୟ ଯୋଜନା ବୋର୍ଡ ର ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଗସ୍ତ କରି କୋଭିଡ ଟୀକା କରଣ ବିଶେଷ କରି 18 ରୁ 44 ବର୍ଷ ବୟସ୍କ ଡ଼ଙ୍ଗରିଆ ଯୁବକ ଯୁବତୀ ଙ୍କୁ କିପରି ଟିକା ଦିଆଯାଇପାରିବ ଏବଂ ଏହି କାର୍ଯ୍ୟକ୍ରମ ରେ ଶୁଭାରମ୍ଭ କରିଥିଲେ ବିଷମକଟକ ରେ ଚାଟିକଣା ରେ ପହଁଚି ଡଙ୍ଗରିଆ ଙ୍କ ମାଇକ୍ରୋ ପ୍ରୋଜେକ୍ଟ ଅଞ୍ଚଳ ଗସ୍ତ କରି ଡଙ୍ଗରିଆ ଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ରେ କାର୍ଯ୍ୟକାରିତା ରେ ସ୍ଥିତି ସମୀକ୍ଷା କରିଥିଲେ ଡଙ୍ଗରିଆ ଙ୍କ ପାହାଡ଼ ଉପରେ ବିଭିନ୍ନ ପନିପରିବା ଚାଷ, ସପୁରି ଚାଷ, କାଜୁ ଏବଂ ଅନ୍ୟାନ୍ୟ ପନିପରିବା ଉପରେ ଲୋକଙ୍କୁ ସରକାରୀ ସହାୟତା କିଭଳି ମିଳି ପାରିବ ଏବଂ ଡଙ୍ଗରିଆ ମାନେ କି ଭଳି ସ୍ୱାଭିମାନ ହୋଇ ପାରିବେ ତା ଉପରେ ଜିଲ୍ଲାପଦାଧିକାରୀ ଙ୍କୁ ନିର୍ଦ୍ଧେଶ ଦେଇ ଥିଲେ ଏହି ଗସ୍ତ ସମୟରେ ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ ଯୋଜନା ଅଧକ୍ଷ୍ୟ ସୁଧୀର ଦାସ,ଗୁଣୁପୁର ଏବଂ ରାୟଗଡା ବିଧାୟକ , ଜିଲ୍ଲାପାଳ ସରୋଜ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଜିଲ୍ଲା ପ୍ରକଳ୍ପ ପ୍ରଶାସକ ମହେଶ୍ୱର ନାୟକ,ଗୁଣୁପୁର ପ୍ରକଳ୍ପ ପ୍ରଶାସକ ଗୋରା ଚାନ୍ଦ ଗମାଙ୍ଗ,ଚାଟିକଣା ଡିକେଡିଏ ର ପ୍ରୋଗ୍ରାମ ମେନେଜର ସୁଦର୍ଶନ ପାଢ଼ୀ, ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ପ୍ରମୁଖ ଜିଲ୍ଲାପଦାଧିକାର ଉପସ୍ଥିତ ଥିଲେ ।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।



