Monday, October 12, 2026
Home ଆଞ୍ଚଳିକ ଡାକ୍ତରଖାନାରେ ଖାଲିଥିବା ଡାକ୍ତର ଓ ନର୍ସ ପଦବି ପୂରଣ ପାଇଁ ବିଜେପି ତରଫରୁ ଦାବିପତ୍ର

ଡାକ୍ତରଖାନାରେ ଖାଲିଥିବା ଡାକ୍ତର ଓ ନର୍ସ ପଦବି ପୂରଣ ପାଇଁ ବିଜେପି ତରଫରୁ ଦାବିପତ୍ର

22

ବାଲିଗୁଡ଼ା, ୨୨/୦୬ {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ୨୩ ଜଣ ଡାକ୍ତର ପଦବି ଥିଲେ ସୁଧା ମାତ୍ର ୩ ଜଣ ଡାକ୍ତର ଓ ଜଣେ ସୁପରିଟେଣ୍ଡ ଇନ୍ ଚାର୍ଜ ଅଛନ୍ତି | ଷ୍ଟାଫ ନର୍ସ ପଦବି ୪୭ ଜଣ ଥିଲେ ମଧ୍ୟ ମାତ୍ର ୧୦ ଜଣ ଷ୍ଟାଫ ନର୍ସ ଉପସ୍ଥିତ ଅଛନ୍ତି । ଅଲ୍ଟ୍ରାସାଉଣ୍ଡମେସିନ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଥିଲେ ମଧ୍ୟ ଡାକ୍ତର ଅଭାବ ଯୋଗୁଁ କାର୍ଯ୍ୟକ୍ଷମ ନହୋଇ ଦୀର୍ଘଦିନ ହେଲା ପଡ଼ିରହିଛି । ଏଣୁ ଖାଲିଥିବା ସମସ୍ତ ପଦବି ପୂରଣ ନିମନ୍ତେ ୧୫ ଦିନ ମଧ୍ୟରେ ଖାଲିଥିବା ପଦବି ପୂରଣ କରନ୍ତୁ । ନଚେତ ଆଗାମି ଦିନରେ ଭାରତୀୟ ଜନତା ପାର୍ଟି ଆପଣଙ୍କ ସମ୍ମୁଖରେ ଆନ୍ଦୋଳନ ଓ ଅନଶନ ମାଧ୍ୟମରେ ରାଜରାସ୍ତାକୁ ଆସିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି କନ୍ଧମାଳ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ। ଏହି ଦାବିପତ୍ର କୁ ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଙ୍କୁ ଲିଖିତ ଭାବେ ପ୍ରଦାନ କରିଛନ୍ତି | ଏଥିରେ ପଦ୍ମ ଦାସ,ଦିବାକର ସାହୁ, ଶୁଭାଶିଷ ମିଶ୍ର,ଅଭୟ ପାତ୍ର, ଆଦିକନ୍ଦ ପଟ୍ଟନାୟକ, କୁସିମି ପ୍ରଧାନ ପ୍ରଭୁତି ଉପସ୍ଥିତ ଥିଲେ ।