Tuesday, October 13, 2026
Home ମୁଖ୍ୟ ଖବର ଓଡିଶାରୁ ଏକମାତ୍ର ପଞ୍ଚାୟତ ରୂପେ ନାନାଜୀ ଦେଶମୁଖ୍ ଗ୍ରାମ୍ୟସଭା ସଶକ୍ତୀକରଣ ପୁରସ୍କାର ଲାଭ କରିଛି ...

ଓଡିଶାରୁ ଏକମାତ୍ର ପଞ୍ଚାୟତ ରୂପେ ନାନାଜୀ ଦେଶମୁଖ୍ ଗ୍ରାମ୍ୟସଭା ସଶକ୍ତୀକରଣ ପୁରସ୍କାର ଲାଭ କରିଛି ବରଗାଁ ଗ୍ରାମପଞ୍ଚାୟତ

106


ଆସିକା,୨୩/୧୦ (ଜିଲ୍ଲା ଖବର ) : ଗଂଜାମ ଜିଲ୍ଲା ଆସିକା ବ୍ଳକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ଏକ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ ହେବା ଫଳରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନୂଆଁ ଦିଲ୍ଲୀ ସ୍ଥିତ ଜାତୀୟ କୃଷିବିଜ୍ଞାନ ବିଭାଗର ସମ୍ମିଳନୀ କକ୍ଷ ତଥା ପି ସୁଭ୍ରମଣ୍ୟମ ହଲ୍ ପରିସରରେ ଅନୁଷ୍ଠିତ ଏକ ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ସରକାରଙ୍କ ବହୁ କ୍ୟାବିନେଟ ମନ୍ତ୍ରୀ ଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏକ ବର୍ଣ୍ଣାଢ୍ୟମୟ ପରିବେଶରେ ବରଗାଁ ସମିତିସଭ୍ୟ ତଥା ଵିଜୁଛାତ୍ର ଜନତା ଦଳର ଜିଲ୍ଲା ସଂପାଦକ ଶ୍ରୀ ଶିବ ନାହାକ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଉକ୍ତ ଉତ୍ସବରେ ବରଗାଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବି. ରାମପ୍ରସାଦ ପୃଷ୍ଟି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠୀଆ, ବରଗାଁ ପୂର୍ବତନ ସରପଞ୍ଚ ଲଲାଟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ ପୁରସ୍କାର ପାଇବା ପରେ ଶ୍ରୀ ଶିବ ନାହାକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଓ ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଏବଂ ବ୍ଳକ ଉନ୍ନୟନ ଅଧିକାରୀଙ୍କ ତତ୍ବାବଧାନରେ ଉକ୍ତ ସଫଳତା ମିଳିବା ସହ ଗ୍ରାମସଭା ଜରିଆରେ ପଞ୍ଚାୟତକୁ ସଶକ୍ତୀକରଣ କରାଯାଇ ପାରିଛି ବୋଲି କହିବା ସହ ଶ୍ରେୟ ମଧ୍ୟ ପ୍ରଦାନ କରିଛନ୍ତି।

ଏହି ସମ୍ମାନ ଆଗକୁ ଆହୁରି ପ୍ରେରଣା ଯୋଗାଇବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଓଡ଼ିଶାର ଏକମାତ୍ର ପଞ୍ଚାୟତ ରୂପେ ନାନାଜୀ ଦେଶମୁଖ୍ ଗ୍ରାମ୍ୟସଭା ସଶକ୍ତୀକରଣ ପୁରସ୍କାର ପାଇବା ଏକ ଗର୍ବର ବିଷୟ। ଏହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।