
ନୂଆଦିଲ୍ଲୀ, ୨୨/୦୬/୨୧ (ଜିଲ୍ଲା ଖବର) : ଦେଶରେ କରୋନାର ଲହର ପୂର୍ବ ଅପେକ୍ଷା କିଛି ମାତ୍ରରେ କମିଥିବା ଦେଖିବାକୁ ମିଳୁଛି । ତଥାପି ସମସ୍ତେ ଏବେ ମଧ୍ୟ ସାବଧାନତା ଅବଲମ୍ବନ କରିବା ଜରୁରୀ । ଏବଂ ସମସ୍ତ କରୋନା ନିୟମକୁ ପାଳନ କରିବାର ଆବଶ୍ୟକତା ରହିଛି । ଏହାରି ମଧ୍ୟରେ କରୋନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ କରୋନା ଟୀକା ନେଉଛନ୍ତି । ଠିକ୍ ସେମିତି, ବଲିଉଡ ଅଭିନେତା Kunal Khemu ଗତ ସୋମବାର ଦିନ କରୋନା ଭ୍ୟାକସିନର ପ୍ରଥମ ଡୋଜ୍ ନେଇଛନ୍ତି । ସୋସିଆଲ ମିଡିଆରେ ଫଟୋ ସେୟାର କରି ସେ ଏହାର ସୂଚନା ଦେଇଛନ୍ତି ।
ଫଟୋ ସେୟାର କରିବା ସହିତ, ସେ କ୍ୟାପସନରେ ଲେଖିଛନ୍ତି ଯେ, ‘ ଭ୍ୟାକସିନେଟଡ ଆଉ ଏବେ ସେଟ କୁ ଫେରିବା ପାଇଁ ପ୍ରସ୍ତୁତ ‘ । ସେ ତାଙ୍କର କୌଣସି ପ୍ରୋଜେକ୍ଟକୁ ନେଇ ଘୋଷଣା କରି ନାହାଁନ୍ତି । ପ୍ରକାଶ ଥାଉକି Kunal Khemu ଶେଷ ଥର ପାଇଁ ଫିଲ୍ମ’ ମଙ୍ଗଳ’ ଓ ‘ଲୁଟକେସ ‘ରେ ନଜର ଆସିଥିଲେ । ଏଥିରେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।



