Sunday, November 15, 2026
Home ଆଞ୍ଚଳିକ ୮ ଦିନରେ ୧୦ ଫୁଟର ଚିତ୍ର ଆଙ୍କିଲେ ସୋନୁ ସୁଦଙ୍କ ଫ୍ୟାନ

୮ ଦିନରେ ୧୦ ଫୁଟର ଚିତ୍ର ଆଙ୍କିଲେ ସୋନୁ ସୁଦଙ୍କ ଫ୍ୟାନ

10

ନୂଆଦିଲ୍ଲୀ, ୨୨/୦୬/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ସୋନୁ ସୁଦ୍ ନିଜର ମହତ କାମ ପାଇଁ ଆଜି ଘରେ ଘରେ ବେଶ ଅଦରଣୀୟ ହୋଇଛନ୍ତି । ସବୁବେଳେ ଅଭାବୀ ଲୋକଙ୍କ ସାଥି ହୋଇ ଆସିଛନ୍ତି । ତାଙ୍କ ଠାରୁ ସାହାଯ୍ୟ ଲୋଡୁଥିବା ଲୋକଙ୍କୁ , ସେ କେବେବି ନିରାଶ କରନ୍ତି ନାହିଁ । ଖାସ୍ ଏହି କାରଣ ପାଇଁ ଲୋକେ ତାଙ୍କୁ ବେଶ ପ୍ରସଂଶା କରନ୍ତି ।  ନିକଟରେ ଜଣେ ଫ୍ୟାନ୍ସ ତାଙ୍କର ପ୍ରଶଂସା କରିବାକୁ ଯାଇ ଏକ ଭିନ୍ନ ଉପାୟ ଆପଣାଇଛନ୍ତି । ସେ ହେଉଛନ୍ତି ଜବଲପୁରର ସୋମିନ ଜୈନ । ଆସନ୍ତୁ ଜାଣିବା ସେ ଏମିତି କ’ଣ କରିଛନ୍ତି ?

ଜବଲପୁରର ସାରାଫା ଅଞ୍ଚଳରେ ରହୁଥିବା ସୋମିନ ଜୈନ ଚିତ୍ର ଆଙ୍କିବାକୁ ବହୁତ୍ ଭଲ ପାଆନ୍ତି । ସୋନୁ ସୁଦଙ୍କର ସମାଜ ସେବାରେ ପ୍ରଭାବିତ ହୋଇ, ସେ ସୋନୁ ସୁଦଙ୍କର ୧୦ ଫୁଟ ଉଚ୍ଚ କାନ୍ଥରେ ସୋନୁ ସୁଦଙ୍କର ଏକ ଚିତ୍ର କରିଛନ୍ତି । ଘରର ଛାତରେ ସେ ୮ ଦିନ କଠିନ ପରିଶ୍ରମ କରି ଏହି ଫଟୋ ପ୍ରସ୍ତୁତ କରିଛନ୍ତି ।

ଯାହାକୁ ସେ ସୋନୁ ସୁଦଙ୍କୁ ଟ୍ୟାଗ କରି ଟ୍ବିଟରରେ ସେୟାର କରିଛନ୍ତି ।  ସୋନୁ ସୁଦ୍ ତାଙ୍କର ଏଭଳି ଭଲପାଇବା ଦେଖି ତାଙ୍କର ପ୍ରଶଂସା  କରି , କହିଛନ୍ତି ଯେ, ସେ ଖୁବ୍ ଶୀଘ୍ର ଜବଲପୁର ଆସି, ତାଙ୍କୁ ଦେଖା କରିବେ ।  

ସୋନୁ ସୁଦ ଜବଲପୁର ଆସିବାକୁ  ଏବେ ଅପେକ୍ଷା କରିଛନ୍ତି ସୋମିନ ଜୈନ । ସେ କହିଛନ୍ତି, ଅଭିନେତା ସୋନୁ ସୁଦ୍ ହେଉଛନ୍ତି ଜଣେ ବହୁତ୍ ଭଲ ମଣିଷ । ସେ ଏହି ଚିତ୍ରକୁ ତାଙ୍କ ପାଇଁ ଉସ୍ବର୍ଗ କରିଛନ୍ତି ।