
ଯାଜପୁର, ୨୨/୦୬/୨୧ (ଜିଲ୍ଲା ଖବର) : ଯାଜପୁର ଧର୍ମଶାଳାରୁ ବାଂଲାଦେଶୀ ଯୁବତୀ ଉଦ୍ଧାର । ତେବେ ନିଜ ଦେଶକୁ ଫେରିଯିବାକୁ ନିବେଦନ କରିଛନ୍ତି ଯୁବତୀ । ସେ ରହୁଥିବା ଭଡ଼ାଘରର ମାଲିକଙ୍କ ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଯୁବତୀଙ୍କ କହିବା ଅନୁସାରେ ତାଙ୍କୁ ଜଣେ ଦଲାଲ ବାଂଲାଦେଶରୁ କୋଲକାତା ଆଣି ବିକ୍ରି କରିଥିଲା । ସେଠାରେ ତାଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଇଥିଲା ।
ତେବେ ସେ ଯାଜପୁରକୁ କେମିତି ଆସିଲେ ତାଙ୍କୁ କିଏ ଆଣିଲା ? ତାକୁ ନେଇ ଅଧିକ ଖୋଳତାଡ଼ ହେଉଛି । ସେପଟେ ଦଲାଲ ଜଣକ କିଭଳି ପଶ୍ଚିମବଙ୍ଗ ସୀମା ଡେଇଁଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ଏହାରି ଭିତରେ ନିଜ ଗାଁକୁ ଫେରିବାକୁ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରିଛନ୍ତି ଯୁବତୀ ଜଣଙ୍କ ।



