
ନୂଆଦିଲ୍ଲୀ, ୨୨/୦୬/୨୧ (ଜିଲ୍ଲା ଖବର) : ଟିଏମ୍ସି ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁଙ୍କ ବିବାହ ପ୍ରସଙ୍ଗ ଏବେ ଲୋକସଭାରେ । ଭାରତୀୟ ଜନତା ପାର୍ଟି ସାଂସଦ ସଂଘମିତ୍ରା ମୌର୍ଯ୍ୟ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ନୁସରତ ଜାହାଁଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ଦାବି କରିଛନ୍ତି। ସଂଘମିତ୍ରା ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ନୁସରତ ଜାହାଁଙ୍କ ଆଚରଣ ଅଶ୍ଳୀଳ, ସେ ବିବାହ ପ୍ରସଙ୍ଗରେ ସେ ନିଜ ଭୋଟରଙ୍କୁ ଧୋକା ଭିତରେ ରଖିଛନ୍ତି। ଏହା ସହିତ ସଂସଦର ସମ୍ମାନ ମଧ୍ୟ କ୍ଷୁର୍ଣ୍ଣ ହୋଇଛି।
ଏହି ମାମଲା ସଂସଦର ନୈତିକ କମିଟି ନିକଟକୁ ପଠାଯିବା ଉଚିତ୍। ଏଥିସହିତ ନୁସରତ ଜାହାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଜେପି ସାଂସଦ ଦାବି କରିଛନ୍ତି। ବିଜେପି ସାଂସଦ ତାଙ୍କ ଚିଠିରେ ନୁସରତ ଜାହାଁଙ୍କ ସଂସଦରେ ପ୍ରଥମ ଦିନ କନିଆ ବେଶରେ ଆସିବା, ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୁସସର ଜାହାଁଙ୍କ ରିସେପ୍ସନରେ ଯୋଗଦେବା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।


