
ନୂଆଦିଲ୍ଲୀ, ୨୨/୦୬/୨୧ (ଜିଲ୍ଲା ଖବର) : ସାଉଥ ସୁପରଷ୍ଟାର ବିଜୟ ଚନ୍ଦ୍ରଶେଖର ଏବେ ଯାଏଁ ଅନେକ ଫିଲ୍ମରେ ନିଜ ଅଭିନୟ ଜଲଓ୍ବା ଦେଖାଇଛନ୍ତି । ତାଙ୍କର ପୁରା ନାଁ ହେଉଛି ଜୋସେଫ ବିଜୟ ଚନ୍ଦ୍ରଶେଖର । କିନ୍ତୁ ଫ୍ୟାନ୍ସମାନେ ତାଙ୍କୁ ବିଜୟ ନାଁରେ ଜାଣନ୍ତି । ସେ ଅଧିକରୁ ଅଧିକ ତାମିଲ ଆକ୍ସନ, ଡ୍ରାମା ଏବଂ ରୋମାଞ୍ଚିତ ଫିଲ୍ମରେ କାମ କରିଛନ୍ତି । ଆଜି ହେଉଛି ତାଙ୍କର ଜନ୍ମଦିନ । ଆଜି ସେ ତାଙ୍କର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି ।
ଶିଶୁ କଳାକାର ଭାବେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଅଭିନେତାଙ୍କ ପିତା ତାମିଲ ଫିଲ୍ମ ଜଗତର ନିର୍ମାତା ଏବଂ ପ୍ରଡ୍ୟୁସର ଅଟନ୍ତି । ଅନେକ ଆଓ୍ବାର୍ଡ ମଧ୍ୟ ଜିତିଛନ୍ତି ବିଜୟ । ଅନେକ ଫିଲ୍ମରେ ସେ ଶିଶୁ କଳାକାର ଭାବେ କାମ କରିଛନ୍ତି । ହେଲେ ଲିଡ ଅଭିନେତା ଭାବେ ଫିଲ୍ମ’ନାଲୟା ଥିରପୁ’ରେ ସେ କାମ କରିବା ଆରମ୍ଭ କରିଥିଲେ । ୧୯୯୨ରେ ଏହି ଫିଲ୍ମଟି ଆସିଥିଲା । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଆଗକୁ ଆଗକୁ ମାଡି ଚାଲିଛନ୍ତି ଏବଂ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।


