Sunday, November 15, 2026
Home ଆଞ୍ଚଳିକ ଗୀତ ଗାଇ ଗାଇ କାନ୍ଦିଲେ ନେହା

ଗୀତ ଗାଇ ଗାଇ କାନ୍ଦିଲେ ନେହା

12

ନୂଆଦିଲ୍ଲୀ,୨୨/୦୬/୨୧ (ଜିଲ୍ଲା ଖବର) :  ବଲିଉଡର ଚୁଲବୁଲି ଗାୟିକା ନେହା କକ୍କର, ସବୁବେଳେ ନିଜ ଗାୟନ ଶୈଳୀରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରୁହନ୍ତି ନେହା କକ୍କର । ସବୁବେଳେ ଫଟୋ ଓ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ଫ୍ୟାନ୍ସ ମାନଙ୍କ ମନୋରଞ୍ଜନ କରିବାରେ ଏକଦମ୍ ମାହିର ନେହା । ନିକଟରେ  ତାଙ୍କର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ବେଶ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ଭିଡିଓରେ ନେହା ତାଙ୍କ ଗୀତ’ ଖଡ ତେନୁ ମେଁ ଦସା’ରେ  ତାଙ୍କର ଜବରଦସ୍ତ ଏକ୍ସପ୍ରେସନ ଦେଖିବାକୁ ମିଳୁଛି ।

ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ, ‘ ଏହି ଗୀତ ପାଇଁ ଇନଷ୍ଟାଗ୍ରାମ ରିଲ୍ସରେ କ’ଣ ଜବରଦସ୍ତ ରେସପନ୍ସ ମିଳିଛି । ଆପଣ ସମସ୍ତଙ୍କୁ ଧନ୍ୟବାଦ୍ ‘ । ଏଥିରେ ନେହା କାନ୍ଦୁଥିବାର ଆକ୍ଟିଂ କରୁଥିବା ନଜର ଆସୁଛନ୍ତି । ଯାହା ଦର୍ଶକଙ୍କ ବେଶ ଦୃଷ୍ଟି ଆକର୍ଷଣ କରୁଛି । ଏହା ସହିତ ଫ୍ୟାନ୍ସ ମାନେ ନିଜ ନିଜର ରିଆକ୍ସନ ମଧ୍ୟ ଦେବାରେ ଲାଗିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ଆପଣ ଏହାର ହକଦାର ଅଟନ୍ତି । ଅନ୍ୟଜଣେ ଲେଖିଛନ୍ତି କ୍ୟୁଟ ଏକ୍ସପ୍ରେସନ ନେହୁ ମାଡାମ । ଏହିଭଳି ସମସ୍ତେ ନିଜ ନିଜର ରିଆକ୍ସନ ଦେଉଛନ୍ତି ।