Friday, November 13, 2026
Home ଆଞ୍ଚଳିକ ଆରପାରିରେ ଅଭିନେତ୍ରୀ ଜୋଆନେ ଲିନଭିଲେ

ଆରପାରିରେ ଅଭିନେତ୍ରୀ ଜୋଆନେ ଲିନଭିଲେ

11

ନୂଆଦିଲ୍ଲୀ, ୨୨/୦୬/୨୧ (ଜିଲ୍ଲା ଖବର) : ହଲିଉଡ ଅଭିନେତ୍ରୀ ଜୋଆନେ ଲିନଭିଲେ ୯୩ ବର୍ଷ ବୟସରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୨୧ ଜୁନରେ ତାଙ୍କର ଦେହାନ୍ତ ହୋଇଛି । ହେଲେ ମୃତ୍ୟୁର କାରଣ ବର୍ତ୍ତମାନ ଯାଏଁ ଜଣାପଡି ନାହିଁ  । କାଲିଫର୍ଣ୍ଣିୟାର ବକର୍ସଫିଲ୍ଡରେ ଜନ୍ମିତ ବେଭର୍ଲି ଜୋଆନେ ଲିନଭିଲେ ପ୍ରଥମ ଷ୍ଟାର୍ ଭାବରେ “ଷ୍ଟାର୍ ଟ୍ରେକ୍” ଫ୍ରାଞ୍ଚାଇଜରେ ରୋମୁଲାନ୍ ଅଭିନୟ କରିଥିଲେ ।  

ଲିନଭିଲେ ୧୯୫୦ରୁ ୧୯୮୦ ଦଶକରେ ଟେଲିଭିଜନ ର ଏକ ପ୍ରମୁଖ କେନ୍ଦ୍ର ରହିଥିଲେ । ୧୦୦ ଅଧିକ ଫିଲ୍ମ ଏବଂ ଟିଭି ଶୋ’ରେ କାମ କରିଛନ୍ତି ସେ । ଏହା ମଧ୍ୟରୁ ‘ ଷ୍ଟୁଡିଓ ଓ୍ବାନ୍’ , ‘କ୍ରାଫ୍ଟ ଥିଏଟର’  ଭଳି ଆଉ କିଛି ସିରିଜ୍ ସାମିଲ ରହିଛି ।

ଲିନଭିଲେ ୧୯୬୨ରେ ନିର୍ଦ୍ଦେଶକ ମାର୍କ ରିଡେଲ ଙ୍କୁ ବିବାହ କରିଥିଲେ।  ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।

ତେବେ ତାଙ୍କ ବିୟୋଗରେ ସମସ୍ତେ ବେଶ ଦୁଃଖ ପ୍ରକାଶ କରୁଛନ୍ତି ।