
ନୂଆଦିଲ୍ଲୀ,୨୨/୦୬/୨୧ (ଜିଲ୍ଲା ଖବର) : ଦେଶରେ ଦିନକୁ ଦିନ ତଳକୁ ଖସୁଛି କରୋନା ସଂକ୍ରମଣ । ଲକ୍ଷ ଲକ୍ଷ ଟ୍ରେଣ୍ଡ ପରେ ଏବେ କରୋନା ପାରା ୫୦ ହଜାର ତଳକୁ ଖସିବାରେ ଲାଗିଛି । ୨୪ ଘଣ୍ଟାରେ ୪୨,୬୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାସହ ମୃତ୍ୟୁ ସଂଖ୍ୟା ବି କମିଛି। ୨୪ ଘଣ୍ଟା ମଧ୍ୟରେ ୧୪୬୭ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୯ଲକ୍ଷ ୭୭ ହଜାର ୮୬୧ରେ ପହଞ୍ଚିଛି । ତେବେ ଦେଶରେ ଦୈନିକ ସଂକ୍ରମଣ ହାର କମୁଥିବାବେଳେ ଦେଶବାସୀ ସାମାନ୍ୟ ଆଶ୍ୱସ୍ତ ଲାଭ କରୁଛନ୍ତି।


