
ସମ୍ବଲପୁର, ୨୨/୦୬/୨୧ (ଜିଲ୍ଲା ଖବର) : ସମ୍ବଲପୁର ସହରରେ ଆରମ୍ଭ ହେଲା ୧୧ ଟଙ୍କିଆ ଆମ୍ବୁଲାନ୍ସ ସେବା । ସହରର ସାଥି ଚାରେଟେବୁଲ ଟ୍ରଷ୍ଟ ପକ୍ଷରୁ ଏଥିପାଇଁ ଏକ ଆମ୍ବୁଲାନ୍ସ ଯୋଗାଇଛି । ଆମ୍ବୁଲାନ୍ସ କେଵଳ ମହାନଗର ନିଗମ ଅଂଚଳ ରୋଗୀଙ୍କୁ ସେବା ଯୋଗାଇବ । ଏଥିପାଇଁ ଦୁଇ ଜଣ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୋବାଇଲ ନମ୍ବର ଜାରି କରାଯାଇଛି । ବରିଷ୍ଠ ସମାଜସେବୀ ଶତ୍ରୁଘ୍ନ ଲାଲ ସାହା ଏହି ଆମ୍ବୁଲାନ୍ସ ସେବାର ଉଦଘାଟନ କରିଛନ୍ତି ।


