Monday, November 16, 2026
Home ଆଞ୍ଚଳିକ ରାଜ୍ୟରେ ଆଜି ମୋଟ ୪୫୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ଆଜି ମୋଟ ୪୫୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ

11

ଭୁବନେଶ୍ଵର, ୨୨/୦୬/୨୧ (ଜିଲ୍ଲା ଖବର) : ରାଜ୍ୟରେ ଆଜି ମୋଟ ୪୫୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୮ ଲକ୍ଷ ୪୪ ହଜାର ୮୦୧ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୭୧ ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୪୪୦, ବାଲେଶ୍ଵରରୁ ୩୨୦, ଯାଜପୁରରୁ ୩୧୩, ଅନୁଗୁଳରୁ ୨୪୪, ପୁରୀରୁ ୨୪୧, ଭଦ୍ରକରୁ ୨୧୪, ଢେଙ୍କାନାଳରୁ ୨୧୦, ମୟୂରଭଞ୍ଜରୁ ୨୧୦, ଜଗତସିଂହପୁରରୁ ୨୦୨, କେନ୍ଦ୍ରାପଡାରୁ ୧୮୦, ସୁନ୍ଦରଗଡରୁ ୧୫୫, ନୟାଗଡରୁ ୧୩୯, ନବରଙ୍ଗପୁରରୁ ୧୨୨, କେନ୍ଦୁଝରରୁ ୧୧୫, ମାଲକାନାଗିରିରୁ ୭୩, କୋରାପୁଟରୁ ୬୮, କନ୍ଧମାଳରୁ ୬୦,ରାୟଗଡାରୁ ୬୦, କଳାହାଣ୍ଡିରୁ ୫୯, ବରଗଡରୁ ୫୬, ବଲାଙ୍ଗୀରିରୁ ୫୪, ବୌଦ୍ଧରୁ ୫୨, ସମ୍ବଲପୁରରୁ ୫୨, ଗଜପତିରୁ ୪୧, ସୋନପୁରରୁ ୪୧, ଗଞ୍ଜାମରୁ ୩୩, ଦେବଗଡରୁ ୨୯, ଝାରସୁଗୁଡାରୁ ୨୦, ନୂଆପଡାରୁ ୧୫ ଏବଂ ଷ୍ଟେଟ ପୁଲରୁ ୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।