
ପୁରୀ, ୨୨/୦୬/୨୧ (ଜିଲ୍ଲା ଖବର) : ସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀ ସହରର ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି। ଜନସମାଗମକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ।
ବଡ଼ଦାଣ୍ତର ମାର୍କେଟଛକ ଠାରୁ କାକୁଡିଖାଇ ଛକ, ମର୍ଚ୍ଚିକୋଟ ଲେନର ମର୍ଚ୍ଚିକୋଟଠାରୁ ଲବଣିଖିଆ ଛକ, ଜେନାରୀ ଗଛ ଛକ ଦେଇ ଲବଣିଖିଆ ଛକ ଠାରୁ ଦୋଳମଣ୍ତପ ସାହି, ଭୋଗଯାଗା ଏବଂ ଖୁଣ୍ଟିଆ ସାହି ଛକ ଦେଇ ଦୋଳ ମଣ୍ତପ ସାହି ଜହ୍ନିମୁଣ୍ତିଆ ଛକ ଠାରୁ ବାଲିସାହି ସହ ବିଭିନ୍ନ ସ୍ଥାନରେ କଟକଣା ବଳବତ୍ତର ରହିବ।



