
ନୂଆଦିଲ୍ଲୀ,୨୨/୦୬/୨୧ (ଜିଲ୍ଲା ଖବର) : ମହାରାଷ୍ଟ୍ରରେ ପୁଣି ୨୧ ଜଣଙ୍କ ଶରରୀରେ ଡେଲ୍ଟା ପ୍ଲସ୍ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି। ଏଥି ମଧ୍ୟରୁ ୮ଟି ଡେଲ୍ଟା ପ୍ଲସ୍ ମାମଲା ମହାରାଷ୍ଟ୍ରର ରତ୍ନଗିରିରୁ ଚିହ୍ନଟ କରାଯାଇଛି। ଏ ନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି । ଅତ୍ୟନ୍ତ ସଂକ୍ରାମକ ଡେଲ୍ଟା ପ୍ରଜାତି ନୂତନ ରୂପରେ ପରିଣତ ହୋଇ ଡେଲ୍ଟା ପ୍ଲସ୍ରେ ପରିଣତ ହେଉଛି।
ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ନିର୍ଦ୍ଦେଶକ ଡାକ୍ତର ସୁଜିତ ସିଂହ କହିଛନ୍ତି, ତାମିଲନାଡ଼ୁ, ପଞ୍ଚାବ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟମାନଙ୍କରୁ ଡେଲ୍ଟା ପ୍ଲସ୍ ମାମଲା ଚିହ୍ନଟ ହୋଇଛି। ଜୁନ୍ ୭ ସୁଦ୍ଧା ଭାରତରେ ୬ଟି ଡେଲ୍ଟା ପ୍ଲସ୍ ମାମଲା ରହିଥିଲା |


