Monday, November 16, 2026
Home ଆଞ୍ଚଳିକ ଜଟଣୀରରେ ଆନ୍ତର୍ଜାତିକ ଯୋଗଦିବସ ଆୟୋଜିତ

ଜଟଣୀରରେ ଆନ୍ତର୍ଜାତିକ ଯୋଗଦିବସ ଆୟୋଜିତ

72

ଜଟଣୀ,୨୧/୬(ଜିଲ୍ଲା ଖବର) : ଜଟଣୀର କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଆଇଆଇଟିରେ ୭ମ ଆନ୍ତର୍ଜାତିକ ଯୋଗଦିବସ ଆୟୋଜିତ ହୋଇଥିଲା । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟରେ ରଖି ଭର୍ଚୁଆଲ ମୋଡରେ ଏହି ଯୋଗଦିବସ ଆୟୋଜିତ ହୋଇଥିବା ବେଳେ ଏଥିରେ ୩୫୦ଜଣ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥୀଭାବେ ପ୍ରଜନନ୍ନ ମିଶନର ସମ୍ପାଦକ ଓ ପ୍ରଶାସକ ସ୍ୱାମୀ ଅଚଳାନନ୍ଦ ଗିରୀ ଯୋଗଦେଇ ଯୋଗଶିକ୍ଷା ପ୍ରଦର୍ଶନ କରିଥିଲା ବେଳେ ଅନ୍ୟତମ ଅତିଥୀଭାବେ ଆଇଆଇଟି ନିର୍ଦ୍ଧେଶକ ପ୍ରଫେସର ଆରଭି ରାଜା କୁମାର ଯୋଗଦେଇଥିଲେ । ଏହି ଅବସରରେ ଆଇଆଇଟି ରେଜିଷ୍ଟାର ଦେବରାଜ ରଥ, ଆଇଆଇଟି ଭୂବନେଶ୍ୱରର ସିଆଇଟିଏସସିର ଅଧ୍ୟକ୍ଷ ଡ.ବାରାଥ୍ରମ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡ. ଶ୍ରୀକାନ୍ତ ଗୋଲାପୁଡି ଓ ବଙ୍କିମ ଚନ୍ଦ୍ର ମଣ୍ଡଳ ।

ରିପୋର୍ଟ, ସଞ୍ଜୀବ କୁମାର ।