Saturday, November 14, 2026
Home ଆଞ୍ଚଳିକ ଶ୍ୱଶୁରଘରେ ବନ୍ଧୁକ ଦେଖାଇ ଜ୍ୱାଇଁ ଗିରଫ

ଶ୍ୱଶୁରଘରେ ବନ୍ଧୁକ ଦେଖାଇ ଜ୍ୱାଇଁ ଗିରଫ

76

ଜଟଣୀ,୨୧/୬(ସଞ୍ଜୀବ କୁମାର) : ନବବିବାହିତା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାଧାରଣ କଥାକୁ ନେଇ ଘଟଣାଟି ଉଗ୍ରରୁପ ଧାରଣ କରିଛି । ଶ୍ୱଶୁର ଘରେ ବନ୍ଧୁକ ଦେଖାଇ ଜ୍ୱାଇଁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଟଣୀଥାନା ପକ୍ଷରୁ ସୁଚନା ମିଳିଛି । ସୁଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ ହରିପୁର କଂସପଦା ଗ୍ରାମର ବିରଚିଂ ସାମନ୍ତରାୟଙ୍କ ଝିଅ ଇତିଶ୍ରୀ ସାମନ୍ତରାୟଙ୍କୁ ୬ମାସ ପୁର୍ବେ ଏହି ଥାନା ଅନ୍ତର୍ଗତ ତିରିମଲ ଗ୍ରାମର ସ୍ୱାଧୀନ କୁମାର ବଳିୟାରସିଂହଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ମାତ୍ର ବିବାହ ସମୟରେ ଯାହାକିଛି ଯାନିଯୈାତୁକ ଦେଇଥିଲା ବେଳେ ସ୍ୱାଧୀନ ଆହୁରି ଅଧିକ ଯୈାତୁକ ମାଗିଥିଲେ । ତେବେ ଏନେଇ ସ୍ୱାଧୀନ ବାରମ୍ବାର ଇତିଶ୍ରୀଙ୍କୁ ନିର୍ଯ୍ୟାତନା ଦେଉଥିବା ନେଇ ବାପଘରେ ଅଭିଯୋଗ କରିଥିଲେ । ମାତ୍ର ଗତଦୁଇଦିନ ପୁର୍ବେ ସ୍ୱାଧୀନ ଏବଂ ତାର ସହଯୋଗୀ ପ୍ରକାଶ ଚନ୍ଦ୍ର ମିଶ୍ର ସମେତ କଂସପଦା ଗ୍ରାମ ଶ୍ୱଶୁରଘରକୁ ଯାଇଥିଲେ । ସେଠାରେ ଏହି ଘଟଣାଟିକୁ ନେଇ ପୁଣି ବାକବିତଣ୍ଡା ଆରମ୍ଭ ହୋଇଥିଲା । ତେଣୁ ଏଥିରେ ଉତକ୍ଷୀପ୍ତ ହୋଇ ସ୍ୱାଧୀନ ନିକଟରେ ରଖିଥିବା ବନ୍ଧୁକ ଦେଖାଇ ଭୟଭିତ କରାଇଥିଲା । ତେବେ ଏନେଇ ସ୍ତ୍ରୀ ଇତିଶ୍ରୀ ଜଟଣୀଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ଅବିଳମ୍ବେ ଅଭିଯୁକ୍ତ ସ୍ୱାଧୀନ ଏବଂ ତାର ସହଯୋଗୀ ପ୍ରକାଶକୁ ଗିରଫ କରିଥିଲା ବେଳେ ତା ନିକଟରୁ ଏକ ବନ୍ଧୁକ ଜବତ କରିଥିଲା । ତେବେ ଏହି ଘଟଣାରେ ଆଜି ୨୯୩/୨୧ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ଜଟଣୀଥାନାଧିକାରୀ ବିଶ୍ୱରଂଜନ ସାହୁ କହିଛନ୍ତି ।