

ବରଗଡ଼, ୨୩/୧୦ (ଜ଼ିଲ୍ଲା ଖବର) : ପଦ୍ମପୁର ସ୍ଥିତ ହୋଟେଲ ରେଜେନ୍ସି ଠାରେ ପାନସୋନିକି କମ୍ପାନୀ ତରଫରୁ ପଦ୍ମପୁର ରାଜ ବୋଡାସମ୍ବର ଫଟୋଗ୍ରାଫିକ୍ସ ସଙ୍ ର ତତ୍ୱାବଧାନରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି l ପାନସୋନିକି କମ୍ପାନୀ ପକ୍ଷରୁ ପ୍ରଶିକ୍ଷକ ଶ୍ରୀ ଡି. କେ. ପଟ୍ଟନାଏକ ଉପସ୍ଥିତ ସମସ୍ତ ଫଟୋ ଗ୍ରାଫର୍ ମାନଙ୍କୁ ପୁଙ୍ଖାନୁ ପୁଙ୍ଖାନୁ ଭାବେ (ବ୍ୟବାହରିକ ଓ ସିଧାନ୍ତ ) ଖୁବ ପ୍ରାନ୍ଜଳ ଭାବେ ବୁଝାଇଥିଲେ l ଏଭଳି ଏକ ସୁନ୍ଦର ପ୍ରୟାସକୁ ଉପସ୍ଥିତ ସମସ୍ତ ଫଟୋଗ୍ରାଫର ଭାଇମାନେ, ଉପସ୍ଥିତ ଜନସାଧାରଣ ଉଚ୍ଚ ପ୍ରଶଂସା ସାଙ୍ଗକୁ ପ୍ରଶିକ୍ଷକ ଶ୍ରୀ ପଟ୍ଟନାଏକଙ୍କୁ କୃତଗ୍ୟତା ଗ୍ୟାପନ ସହ ହାର୍ଧିକ ଅଭିନନ୍ଦନ ଜଣାଇ ଥିଲୋ ସଂଘ ତରଫରୁ ସର୍ବଶ୍ରୀ ସୁବାଷ ଚନ୍ଦ୍ର ଚୋପଦାର (ସଭାପତି),ସଂପାଦକ ତ୍ରିବିକ୍ରମ ପଧାନ, ରାଜେଶ ସାହୁ ତଥା ସୁଧାଂଶୁ ପଣ୍ଡା ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ ପ୍ରଶିକ୍ଷଣ ଶିବିର ସମାପନ କରାଯାଇଥିଲା l



