
ବେଲଗୁଣ୍ଠା-୨୧/୬-(ଜିଲ୍ଲା ଖବର) : ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ଗ୍ରାମର ଶକ୍ତି ପୋଖରୀରୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।ମିଳିଥିବା ଖବର ଅନୁସାରେ,ଗତ ରବିବାର ଦିନ ସଂଧ୍ୟା ସମୟରେ ଗ୍ରାମର ଶକ୍ତି ପୋଖରୀରେ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଭାସୁଥିବାର ଖବର ପ୍ରଚାରିତ ହୋଇଥିଲା ।ଖବର ପାଇ ସ୍ଥାନୀୟ ସରପଞ୍ଚ ଅନୀଲ୍ କୁମାର ପାଠୀ ବେଲଗୁଣ୍ଠା ଥାନା ଓ ତହସିଲଦାରଙ୍କୁ ଯୋଗାଯୋଗ କରି ଘଟଣା ସ୍ଥଳରେ ପହଞ୍ଚିଥିଲେ ।ଏହାର କୌଣସି ଦାବିଦାର ନ ଥିବାରୁ ଏବଂ ଅଭଯୋଗ ହୋଇନଥିବାରୁ ପୋଲିସ ସହ ଯୋଗାଯୋଗ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଶବକୁ ପୋତି ଦେଇଥିବା ଜଣାପଡିଛି ।ରିପୋର୍ଟ-ଶିବରାମ ଚୌଧୁରୀ


