
ବାଲିଗୁଡ଼ା , 21/06 {ସୁକାନ୍ତ କୁମାର ତ୍ରିପାଠୀ } : ଆଜି ତା -21.06 ରେ ସକାଳ 8 ଘ. 30 ମି ସମୟ ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବାଲିଗୁଡା ଠାରେ ଯୋଗ ଦିବସ ପାଳନ କରାଯାଇଅଛି l ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଂଜନ ଡାକୁଆ ଛାତ୍ର ଛାତ୍ରୀ ଙ୍କୁ ଯୋଗ ଦିବସ ର ମହତ୍ୱ ସମ୍ୱନ୍ଧ ରେ କହିଥିଲେ l ଫୁଲବାଣୀ ବିଭାଗ ଓ ବାଲିଗୁଡା ସଂକୁଳ ର ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ରଂଜନ କୁମାର ବେହେରା ଙ୍କ ଦ୍ୱାରା ଯୋଗ, ଆସନ ଓ ପ୍ରାଣାୟାମ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l କରୋନା ନିୟମ କୁ ମାନି ସମସ୍ତ ଛାତ୍ର ଛାତ୍ରୀ ଅଭିଭାବକ ଅନଲାଇନ ମାଧ୍ୟମ ରେ ଉକ୍ତ କାର୍ଯ୍ୟକ୍ରମ ରେ ଯୋଡ଼ି ହୋଇ ଯୋଗ ପ୍ରାଣାୟମ ଆଦି କରିଥିଲେ l ଆଚାର୍ଯ୍ୟ କାଁହୁ ଚରଣ ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସହଯୋଗ କରିଥିଲେ l ଅନ୍ୟ ଆଚାର୍ଯ୍ୟ ଓ ଅଚର୍ଯ୍ୟା ଙ୍କ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା l ପ୍ରାୟ 50 ଜଣ ରୁ ଅଧିକ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ସମସ୍ତଙ୍କ ସହଯୋଗ ନିମନ୍ତେ ଅଚର୍ଯ୍ୟା ଭାରତୀ ଦେବ ଧନ୍ୟବାଦ ଅର୍ପଣ କରିଥିଲେ l



