Thursday, October 15, 2026
Home ଆଞ୍ଚଳିକ ଅସହାୟଙ୍କୁ ସହାୟତାର ହାତ ବଢ଼େଇଛନ୍ତି ଯୁବ ସମାଜସେବୀ ଦିଲିପ କୁମାର

ଅସହାୟଙ୍କୁ ସହାୟତାର ହାତ ବଢ଼େଇଛନ୍ତି ଯୁବ ସମାଜସେବୀ ଦିଲିପ କୁମାର

54

ବାଲିଗୁଡ଼ା , 21/06 { ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆ ଠାରେ “ସୃଜନ” ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଆଜି କୋଭିଡ-୧୯ ପାଇଁ ରିଲିଫ ସାମଗ୍ରୀ ବଣ୍ଟନ କରଯାଇଛି I ଏହି ସଂସ୍ଥା ପକ୍ଷରୁ ୨୫ ଟି ପରିବାରକୁ ଗୋଟିଏ ମାସ ପାଇଁ ରାସନ୍ ସାମଗ୍ରୀ ପ୍ରଦାନ କରାଯାଇଛି I ଅନୁଷ୍ଠାନର ମୁଖ୍ୟ ବିଷପ ଡକ୍ଟର ଦିଲ୍ଲିପ କୁମାର ବଳ ନିଜେ ରିଲିଫ କାର୍ଯ୍ୟ ସମ୍ପାଦନା କରିଥିଲେ I ଏହା ସହ ସଂସ୍ଥାର ସଦସ୍ୟ ଦିପେଶ କୁମାର ନାୟକ ଯେପରି ଭାବରେ ସମସ୍ତେ ସୁଚାରୁ ରୂପେ ରିଲିଫ ସାମଗ୍ରୀ ପାଇବେ ପାରିବେ ତାହା ବନ୍ଦବସ୍ତ କରିଥିଲେ Iଅନେକ ସମୟରେ “ସୃଜନ” ସ୍ବେଚ୍ଛାସେବୀ ସଂସ୍ଥା ଜିଲ୍ଲା ଏବଂ ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ଏହି ପରି ଭାବରେ ଗରିବ ଜନସାଧାରଣଙ୍କୁ ସହଯୋଗର ହାତ ବଢ଼ାଇ ଥିବା ଦେଖିବାକୁ ମିଳିଛି I ସ୍ବେଚ୍ଛାସେବୀ “ସୃଜନ”ର ମୁଖିଆ ବିଷପ ଡକ୍ଟର ଦିଲୀପ କୁମାର ବଳ ଜଣେ ପରପକାରୀ ବ୍ୟକ୍ତି I ତେଣୁ ଅନେକ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢ଼େଇ ମହନତାର ପରିଚୟ ଦେଇ ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି I ସ୍ବେଚ୍ଛାସେବୀ ସଂସ୍ଥା “ସୃଜନ”ର ମୁଖିଆ ଡକ୍ଟର ଦିଲୀପ କୁମାର ବଳଙ୍କ ଏହି ମହାନ କାମକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି | ଅନେକ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢ଼େଇ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ଥାନ୍ତି “ସୃଜନ” ସ୍ବେଚ୍ଛାସେବୀ ସଂସ୍ଥାର ମୁଖିଆ I