
ଜଟଣୀ୨୧/୬(ଜିଲ୍ଲା ଖବର) : ଜଟଣୀ ପୈାରପରିଷଦ ଅଧିନସ୍ଥ ୱାର୍ଡ ନଂ ୧୨ର ପୋଷ୍ଟଅଫିସଛକ ଏବେ ଗୁରୁତ୍ୱପୁର୍ଣ୍ଣ ଓ ମୂଖ୍ୟ ଛକଭାବେ ନିଜର ପରିଚୟ ସୃଷ୍ଟିକରିଛି । ଜଟଣୀ ସହରରୁ ଭୂବନେଶ୍ୱର,ପୁରୀ,ନିମାପଡା,ପିପିଲି ଇତ୍ୟାଦି ପାଇଁ ଏହା ଏକମାତ୍ର ମୂଖ୍ୟ ରାସ୍ତା ଅଟେ । ତେବେ ଏହାର ଉନ୍ନତିକରଣ ତଥା ବଜାରର ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଭୂବନେଶ୍ୱର ସବଡିଭିଜନ ଅଧିନ ଜଟଣୀ ସହରର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିବାଲାଗି ବ୍ୟବସାୟ ସଂଘ ପକ୍ଷରୁ ପ୍ରସ୍ତାବିତ ହୋଇଥିଲା । ମାତ୍ର ଏହାର ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ କରିବାଲାଗି ପୋଷ୍ଟଅଫିସ ଛକ ବ୍ୟବସାୟୀ ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିଥିଲେ । ତେଣୁ ବ୍ୟବସାୟ ସଂଘ ଏବଂ ସହରର ସୁନ୍ଦର ପରିବେଶ ଗଢିତୋଳିବା ଉଦ୍ୟେଶ୍ୟରେ ଏହି କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଁଚିଥିବା ବେଳେ ଏହାର ସୈାନ୍ଦର୍ଯ୍ୟକରଣଲାଗି ବିଧାୟକ ସୁରେଶ କୁମାର ରାଉତରାୟ ଓ ଭୂବନେଶ୍ୱର ଉପଜିଲାପାଳ ଦେବବ୍ରତ ସାହୁ ପ୍ରମୁଖଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟ କରାଯାଇଥିଲା । ସୋମବାର ମଧ୍ୟାହ୍ନରେ ସ୍ଥାନୀୟ ପୋଷ୍ଟଅଫିସଛକଠାରେ ବ୍ୟବସାୟୀ ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟଙ୍କ ପରିଚାଳନାରେ ଏହି ବୃକ୍ଷରୋପଣ କାର୍ଯ୍ୟ ଆୟୋଜିତ ହୋଇଥିଲା । ଏଥିରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସହିତ ଉପଜିଲାପାଳ ଦେବବ୍ରତ ସାହୁ, ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି, ପୈାରଯନ୍ତ୍ରୀ ଦୀପକ କୁମାର ରଥ, ଅନୁରାଧା ପ୍ରଧାନ,ଯୁବ ସମାଜସେବୀ କ୍ୟାପ୍ଟେନ ମନ୍ମଥ ରାଉତରାୟ,ନଗରକଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ,ବିଧାୟକଙ୍କ ସଚିବ ଓ ରାଜନୈତିକ ସଚିବ,ପୁର୍ବତନ କାଉନସିଲର ନୈାସର ଅଲୀ,ଜଟାଧାରୀ ପ୍ରଧାନ,ସୁଲୁ ରଥ,ସଂକେତ ପାଟଶାଣୀ,ସୁବାଷ ମହାପାତ୍ର,ଶରତଚନ୍ଦ୍ର ତ୍ରିପାଠୀ, ଶବର ଦାସ,ଦିଲିପ ପ୍ରଧାନଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ, ସଞ୍ଜୀବ କୁମାର ।


