Saturday, October 10, 2026
Home ଆଞ୍ଚଳିକ ସାହାରା ପକ୍ଷରୁ କୁଟିଆ ଆଦିମ ଜନଜାତିଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ସାହାରା ପକ୍ଷରୁ କୁଟିଆ ଆଦିମ ଜନଜାତିଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

27

ବାଲିଗୁଡ଼ା , 21/06 { ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧ ଙ୍କୁ ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମୁଣ୍ଡିଗଡ଼ ପଞ୍ଚାୟତ ର ପାଲକି ପଦର ଓ ଗୁମା ପଞ୍ଚାୟତ ର ଡୁପି ଓ ମାଦାଗୁଡା ପଞ୍ଚାୟତ ର ପବନ ଗାଁ ରେ ବସବାସ କରୁଥିବା ଜନଜାତିଙ୍କ ପରିବାର କୁ ସମ୍ପାଦକ ସୁକାନ୍ତ କୁମାର ନାୟକ ସେମାନଙ୍କ ନିକଟରେ ପହଁଚି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ଏହା ସହ କିଭଳି 45 ବର୍ଷ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ସମସ୍ତେ ଟୀକା ନେଇ ସୁରକ୍ଷିତ ରହିପାରିବେ ସେ ସମ୍ପର୍କ ରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା ଓ ଲିଫ ଲେଟ ପ୍ରଦାନ କରଯାଇଥିଲା। ତୁମୁଡ଼ିବନ୍ଧ ବ୍ଲକର ମୁଣ୍ଡିଗଡ ପଞ୍ଚାୟତ ର ଘୁମୁରା ଗାଁ, ବିଲାମାଳ ପଞ୍ଚାୟତର ଗରାଙ୍ଗୀ, ବେଲଘର ପଞ୍ଚାୟତ ର ବୁଲୁବାରୁ, ଗୁମା ପଞ୍ଚାୟତର ଡୁପି ଏଭଳି 10 ଟିଗାଁର 300 ପରିବାରକୁ ସଚେତନତା ସହ ସଂପୂର୍ଣ୍ଣ ଟୀକା କାରଣ ଉପରେ ଗୁରୁତ୍ବ ଦେଇ ସଚେତନତା କରିଥଲେ।ତୃତୀୟ ଲହର କିଭଳି କୁଟିଆ କନ୍ଧ ଙ୍କୁ ଛୁଇଁ ପାରିବ ନାହିଁ ସେ ନେଇ ଏବେ ଠାରୁ ହିଁ ପ୍ରସ୍ତୁତ ରହିବାକୁ ସଂପାଦକ ଶ୍ରୀ ନାୟକ କହିଥିଲେ। ଏଭଳି କରୋନା ମହାମାରୀ ସମୟରେ ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜିଲ୍ଲର ଦୁର୍ଗମ ଅଞ୍ଚଳ ତୁମୁଡ଼ିବନ୍ଧ ଓ କୋଟଗଡ଼ ସାମ୍ବାଦିକଙ୍କୁ କରୋନା କୀଟ ପ୍ରଦାନ, ଦୁର୍ଗମ ଅଞ୍ଚଳ ରେ ସଚେତନତା ଓ ଶୁଖିଲା ଖାଦ୍ୟ ପ୍ରଦାନ କରି ବୁଦ୍ଧିଜିବୀ , ବନ୍ଧୁ ବର୍ଗ ଓ ସାଧାରଣ ଲୋକଙ୍କ ଠାରୁ ଶୁଭେଚ୍ଛା ସାଉଁଟିଛନ୍ତି।