Monday, November 16, 2026
Home ଆଞ୍ଚଳିକ ଡାକ୍ତର ରୂପରେ ସେ ଭଗଵାନ ଲୋକ ମାନେ ପ୍ରଶଂସା କରୁଛନ୍ତି

ଡାକ୍ତର ରୂପରେ ସେ ଭଗଵାନ ଲୋକ ମାନେ ପ୍ରଶଂସା କରୁଛନ୍ତି

128

ଜଟଣୀ,୨୧/୦୬/୨୧ (ଜିଲ୍ଲା ଖବର) : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କେତେକ ଗାଇଡଲାଇନ ଜାରି କରିଛନ୍ତି । ଏହାକୁ ଜଟଣୀର କେତେକ ବସ୍ତି ଅଂଚଳରେ ଅବହେଳିତ କରୁଥିବା ଦେଖିବାକୁ ମିଳିଥିଲା ।

ସାମାଜିକ ଦୁରତା ଏବଂ ମାସ୍କ ପରିଧାନ ଅନିବାର୍ଯ୍ୟ ରହିଥିବା ବେଳେ ଅନେକସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ତେବେ ଏନେଇ ଜଟଣୀର କୋଭିଡ କେୟାର ସେଣ୍ଟରରେ କରୋନା ଡାକ୍ତରଭାବେ ନିୟୋଜିତଥିବା ଡାକ୍ତର ରାକେଶ କୁମାର କଲେତ ଜଟଣୀର ବାଛରାପାଟଣାସ୍ଥିତ ମାଉସୀମା ବସ୍ତିର ୨୦ଜଣ ମହିଳା ଓ ପୁରୁଷ ଇତ୍ୟାଦିଙ୍କୁ କରୋନା କିଟ ପ୍ରଦାନ କରିଛନ୍ତି ।

ସେହିପରି ମହାମାରୀ କୋଭିଡ ସମୟରେ କରୋନା ଯୋଦ୍ଧାଭାବେ ନିୟୋଜିତ୍‌ଥିବା ଜଟଣୀ ପୁଲିସ,ରେଳସୁରକ୍ଷା ବଳ ପୁଲିସ,ରେଳପଥ ପୁଲିସ ଏବଂ ଷ୍ଟେସନ ଅଂଚଳରେ ରହିଥିବା ଯାଯାବରମାନଙ୍କୁ ମଧ୍ୟ ମାସ୍କ ଓ ଇମ୍ୟୁନିଟି ସିରପ ପ୍ରଦାନ କରିଛନ୍ତି ।

ଏଥିରେ ଜଟଣୀ ପ୍ରେସକ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ଅତିଥୀଭାବେ ଯୋଗଦେଇଥିଲେ ।

ଖୋର୍ଦ୍ଧା, ସଞ୍ଜୀବ କୁମାର, ୨୧/୦୬/୨୧ (ଜିଲ୍ଲା ଖବର)