Sunday, October 18, 2026
Home ଆଞ୍ଚଳିକ ଗଜପତିରେ ଭୀଷଣ ବର୍ଷା

ଗଜପତିରେ ଭୀଷଣ ବର୍ଷା

11
ଜିଲ୍ଲାପାଳ ଅନୁପମ ଶାହା
ଘୂଣ୍ଣିବଳୟର ପ୍ରଭାବ

ପାରଳାଖେମୁଣ୍ଡି,୨୩/୧୦(ପ୍ରଭାତ କୁମାର ପାତ୍ର) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଗତ କାଲି ରାତ୍ର ଠାରୁ ହିଁ ବର୍ଷା ଲାଗିରହିଛି। ଯାହାକୁ ନେଇ ଭୁବେନଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ମଧ୍ୟରାତ୍ରିରୁ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ପାଣିପାଗ ସୂଚନା ବିଭାଗର ଅନୁସାରେ ଆହୁରି ଦୁଇ ଦିନ ବର୍ଷା ଲାଗିରହିବ । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିବା ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି। ଏଥିପାଇଁ ଜିଲ୍ଲାର ୭ ଟି ଯାକ ବ୍ଲକର ବିଡିଓଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲଘୁଚାପ ପ୍ରଭାବରେ ରାଜ୍ୟରେ ତିନି ଜିଲ୍ଲା ଗଜପତି, ମାଲକାନଗିରି,ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି।