
କନ୍ଧମାଳ, ୨୧/୦୬/୨୧ (ଜିଲ୍ଲା ଖବର) : ଆଜି ଅପରାହ୍ନ ୪ଟା ସମୟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ତିନି ଯୁବକ ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତ ଉର୍ମାଗଡ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ।
କିଛି ଫଟୋ ଉଠାଉଠି କରି ଫେରିଯିବା ପାଇଁ ,ନିଷ୍ପତ୍ତି ନେଇ ଆସିଥିବା ଏହି ଯୁବକ ମାନଙ୍କ ମଧ୍ୟରୁ ଜଣେ ଯୁବକ (ସୂର୍ଯ୍ୟ କାନ୍ତ ପଣ୍ଡା,ବୟସ ୨୫) ଅସାବଧାନତା କାରଣରୁ ପାଣିରେ ଖସି ଯାଇ ବୁଡି ଯାଇଥିବା ଖବର| ଅନ୍ୟ ଦୁଇ ଯୁବକ ନିକଟସ୍ଥ ଅଞ୍ଚଳର ଲୋକଙ୍କୁ ଖବର ଦେଇଥିଲେ। କିଛି ଲୋକଙ୍କ ସହ ସେହି ଦୁଇ ଯୁବକ ବହୁ ଖୋଜା ଖୋଜି କରିଥିଲେ।
ଖବର ପାଇ ଫୁଲବାଣୀ ଅଗ୍ନିଶମ କର୍ମଚାରୀ LFM ଚିତ୍ତରଞ୍ଜନ ସାହୁ,ଅରୁଣ କୁମାର ପ୍ରଧାନ,ହାପି ବାରିକ,ପ୍ରଦ୍ୟୁମ୍ନ ଜେନା,ଚିତ ଗୌଡ଼ ଓ ରଞ୍ଜନ କୁମାର ଦାସ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟ ଭି.ଲୋକନାଥ ରାଜୁ, ମାନସ ପୃଷ୍ଟି ଏବଂ ବିକାଶ ନାୟକ ଉକ୍ତ ସ୍ଥାନରେ ପହଞ୍ଚିଥିଲେ।
ବହୁ ଖୋଜା ଖୋଜି ପରେ ଗଭୀର ୧୨ ଫୁଟ ତଳୁ ଯୁବକର ମୃତଦେହ ଉଦ୍ଧାର କରାଯାଇଥିଲା।
ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ ଜିଲ୍ଲl ଖବର








