
୨୧/୦୬/୨୧ (ଜିଲ୍ଲା ଖବର) : ଦିଲ୍ଲୀରେ ନକଲି ବ୍ଲାକ ଫଙ୍ଗସ୍ ଇଞ୍ଜେକ୍ସନ ରାକେଟ୍ ର ପର୍ଦ୍ଦାଫାସ । ନିଜାମୁଦ୍ଦିନ ଅଞ୍ଚଳର ଏକ ଘରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଚଢାଉ କରି 3 ହଜାରରୁ ଉର୍ଦ୍ଧ୍ୱ ନକଲି ବ୍ଲାକ ଫଙ୍ଗସ ଇଞ୍ଜେକସନ ଜବତ କରିବା ସହ 10 ଜଣଙ୍କୁ ଗିରଫ କରିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏଥିରେ 2 ଜଣ ଡ଼ାକ୍ତର ମଧ୍ୟ ସାମିଲ ଅଛନ୍ତି ।
ବ୍ଲାକ୍ ଫଙ୍ଗସ୍ ଚିକିତ୍ସାରେ ବ୍ୟବହୃତ ଲିପୋସୋମାଲ୍ ଆମ୍ଫୋଟେରାଇସିନ୍-ବି ଇଞ୍ଜେକ୍ସନ ଜବତ ହୋଇଛି । ଡିସିପି, କ୍ରାଇମ ବ୍ରାଞ୍ଚର ମୋନିକା ଭରଦ୍ୱାଜ କହିଛନ୍ତି, “ଅଧିକାଂଶ ଇଞ୍ଜେକ୍ସନ ବ୍ଲାକ୍ ଫଙ୍ଗସର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିବା ବେଳେ କେତେକ ରେମଡେସିଭିର ଇଞ୍ଜେକ୍ସନ ଥିଲା । ଯାହାର ଏକ୍ସପାଏରୀ ଡେଟ ମଧ୍ୟ ସରିଯାଇଛି ।
ଅନ୍ୟପଟେ ଏହି ନକଲି ଔଷଧ ଗୁଡିକ ଦିଲ୍ଲୀ, ଉତ୍ତରପ୍ରଦେଶ, ଓ ମଧ୍ୟପ୍ରଦେଶ ଆଦି ଅଞ୍ଚଳରେ ତିଆରି ହେୁଥିବା ନେଇ ପୋଲିସ ସନ୍ଦେହ କରୁଛି । ଏହାସହ ଅଭିଯୁକ୍ତଙ୍କ ତଥ୍ୟକୁ ଆଦାର କରି ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଜାରି ରହିଛି ।
ଆମ୍ଫୋଟେରାଇସିନ୍-ବି ମ୍ୟୁକର୍ମାଇକୋସିସ୍ ଚିକିତ୍ସା ପାଇଁ ବ୍ୟବହୃତ ହୁଏ । ଯାହାକୁ ବ୍ଲାକ୍ ଫଙ୍ଗସ୍ ମଧ୍ୟ କୁହାଯାଏ । ଯାହା ନାକ, ଆଖି, ସାଇନସ୍ ଏବଂ ବେଳେବେଳେ ମସ୍ତିଷ୍କକୁ ମଧ୍ୟ କ୍ଷତି କରିଥାଏ । ଏହା ମଧୁମେହ ରୋଗୀ କିମ୍ବା କ୍ୟାନ୍ସର ରୋଗୀ କିମ୍ବା ଏଚ୍.ଆଇ.ଭି. ରୋଗୀଙ୍କ ପାଇଁ କ୍ଷତିକାରକ ।
ନକଲି ଇଞ୍ଜେକ୍ସନ ନେଇ ଦିଲ୍ଲୀ ସରକାରଙ୍କ ଡ୍ରଗ୍ କଣ୍ଟ୍ରୋଲ୍ ବିଭାଗ ପକ୍ଷରୁ ଜୁନ୍ 7 ରେ ଅଭିଯୋଗ ପାଇବା ପରେ କ୍ରାଇମାବ୍ରାଞ୍ଚ ପକ୍ଷରୁ ଏହି ଚଢାଉ କରାଯାଇଛି । ଏବେ ସୁଦ୍ଧା ଏହି ଗ୍ୟାଙ୍ଗ 400 ରୁ ଅଧିକ ଇଞ୍ଜେକସନ ବିକ୍ରୀ କରିସାରିଛନ୍ତି । 250 ଟଙ୍କାର ଇ଼୍ଜେକସନ କୁ ସେମାନେ 12 ହଜାର ପର୍ଯ୍ୟନ୍ତ ଟଙ୍କାରେ ବିକ୍ରୀ କରୁଥିଲେ ।



