
ନୂଆଦିଲ୍ଲୀ, ୨୧/୦୬/୨୧ (ଜିଲ୍ଲା ଖବର) : ଦେଶରେ କରୋନା ଗ୍ରାଫ ତଳକୁ ତଳକୁ ଖସୁଛି । ୮୮ ଦିନ ପରେ ଆଜି ସର୍ବନିମ୍ନ ସ୍ତରକୁ ଖସିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୩ହଜାର ୨୫୬ ନୂଆ ଆକ୍ରାନ୍ତ । ଏହି ସମୟରେ ୧୩ ଲକ୍ଷ ୮୮ ହଜାର କୋଭିଡ୍ ଟେଷ୍ଟ କରାଯାଇଛି । ଦେଶରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୨କୋଟି ୯୯ଲକ୍ଷ ୩୫ହଜାରକୁ ବୃଦ୍ଧି ପାଇଛି ।
ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ଧିରେ ଧିରେ ହ୍ରାସ ପାଉଛି । ୨୪ ଘଣ୍ଟାରେ ଆଉ ୧୪ଶହ ୨୨ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୮୮ହଜାର ୧୩୫କୁ ବୃଦ୍ଧି ପାଇଛି । ଗତ ୧୫ ଦିନ ଭିତରେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୮ ପ୍ରତିଶତ ହ୍ରାସ ପାଇଛି ।


