Thursday, November 12, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! ରୀମା ଲାଗୁ

ଜନ୍ମଦିନର ଶୁଭେଚ୍ଛା ! ରୀମା ଲାଗୁ

9

ନୂଆଦିଲ୍ଲୀ, ୨୧/୦୬/୨୧ (ଜିଲ୍ଲା ଖବର) : ମା’ ଚରିତ୍ର ପାଇଁ ବେଶ ପରିଚିତ ବଲିଉଡ ଅଭିନେତ୍ରୀ ରୀମା ଲାଗୁ । ଅନେକ ଫିଲ୍ମରେ ମା’ ଭୂମିକାରେ ଅଭିନୟ କରିଛନ୍ତି ସେ । ଆଜି ହେଉଛି ରୀମା ଲାଗୁଙ୍କ ଜନ୍ମଦିନ । ୨୧ ଜୁନ ୧୯୫୮ରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାବେଳର ନାଁ ଥିଲା ନୟନ ଭଡଭଡେ । ତାଙ୍କ ମା’ ମରାଠୀ ରଙ୍ଗମଞ୍ଚରେ କାମ କରୁଥିଲେ । ଶିଶୁ କଳାକାର ରୂପେ କାମ ଆରମ୍ଭ କରିଥିଲେ ରୀମା ଲାଗୁ ।  

କିଛି ଫିଲ୍ମରେ ସେ ଶିଶୁ ମଳାକାର ରୂପେ କାମ କରିଥିଲେ । କିନ୍ତୁ ଯେତେବେଳେ ତାଙ୍କର କାମ ପାଇଁ , ପାଠପଢାରେ ଅସୁବିଧା ସୃଷ୍ଟି ହେଲା , ସେତେବେଳେ ରୀମା ପୁଣେ ସିଫ୍ଟ ହୋଇଗଲେ । ସେଠାରେ ସେ ଏକାଦଶ ଯାଏଁ ପାଠପଢା ସାରିବା ପରେ, ମୁମ୍ବାଇ ଫେରି ଆସିଲେ । ଏବଂ ସେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ମା’ଙ୍କ ନିଜେ ମଧ୍ୟ ଥିଏଟର ସହ ଯୋଡି ହୋଇଥିଲେ, ଯେଉଁଥିପାଇଁ ତାଙ୍କୁ କାମ କରିବାରେ କୌଣସି ସମସ୍ୟା ହୋଇ ନଥିଲା ।

ରୀମା ଲାଗୁ ମରାଠୀ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କିଛି ବର୍ଷ ଯାଏଁ ସେ, ମରାଠୀ ଥିଏଟରରେ କାମ କଲେ । ଏହାପରେ  ବଲିଉଡ ଏବଂ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ପ୍ରବେଶ କରିଥିଲେ । ହମ ସାଥ ସାଥ ହେ , କୁଛ କୁଛ ହୋତା ହେ, ମେନେ ପ୍ୟାର କିୟା, କଲ ହୋ ନା ହୋ, ଭଳି ଅନେକ ବ୍ଲକବଷ୍ଟର ଫିଲ୍ମରେ ସେ  କାମ କରିଛନ୍ତି ।

ଫିଲ୍ମରେ କାମ  କରିବା ମଧ୍ୟରେ ତାଙ୍କର ଦେଖାହୁଏ ପପୁଲାର ମରାଠୀ ଆକ୍ଟର ବିବେକ ଲାଗୁଙ୍କ ସହିତ । ଏହାର କିଛି ବର୍ଷ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।  କିଛି ବର୍ଷ ଦୁହିଁଙ୍କ ବୈବାହିକ ଜୀବନ ହସଖୁସିରେ ଚାଲିଲା । ହେଲେ କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏବଂ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ।  ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।