Saturday, November 14, 2026
Home ଆଞ୍ଚଳିକ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଶ୍ୱ ରେକର୍ଡ, ଦିନକରେ ଟିକା ନେଲେ 13 ଲକ୍ଷ

ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଶ୍ୱ ରେକର୍ଡ, ଦିନକରେ ଟିକା ନେଲେ 13 ଲକ୍ଷ

3

୨୧/୦୬/୨୧ (ଜିଲ୍ଲା ଖବର) :  ଟିକାକରଣରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଶ୍ୱ ରେକର୍ଡ । ଦିନକରେ 2200 ଟିକାକରଣ କେନ୍ଦ୍ରରେ 13.26 ଲକ୍ଷ ଲୋକଙ୍କୁ ଟିକା ଦେଇ ରେକର୍ଡ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । 13 ଟି ଜିଲ୍ଲାରେ ସକାଳ 6 ରୁ ରାତି 8 ଟା ପର୍ଯ୍ୟନ୍ତ ଟିକାକରଣ ହୋଇଥିଲା ।

କୋଭିଡ ଟାସ୍କ ଫୋର୍ସ ଚେୟାରମ୍ୟାନ କେ ଏସ ଜୱାହାର ରେଡ୍ଡୀ କହିଛନ୍ତି ଯେ ଏହା ଏକ ବହୁତ ବଡ ସଫଳତା । ମେଗା ଭାକ୍ସିନେସନ ଡ୍ରାଇଭରେ ଗୋଟିଏ ଦିନରେ 1.3 ମିଲିଅନ ଲୋକ ଭ୍ୟାକ୍ସିନ ନେଇଛନ୍ତି । ଏଇଥିରୁ ଜଣାପଡୁଛି ପ୍ରତ୍ୟେକ ଦିନ ଯେ ଆମ ମେଡିକାଲ ଷ୍ଟାଫ୍ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ଗୋଟିଏ ଦିନରେ 1 ମିଲିଅନରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ସକ୍ଷମ । ଦୁଇ ଗୋଦାବରୀ ଜିଲ୍ଲା ପୂର୍ବ ଓ ପସ୍ଚିମରେ ସବୁଠାରୁ ଅଧିକ ଟିକା ଦିଆଯାଇଛି । ପୂର୍ବ ଗୋଦାବରୀରେ 1.55 ଲକ୍ଷ ଲୋକ ଟିକା ନେଇଥିବାବେଳେ ପଶ୍ଚିମ ଗୋଦାବରୀରେ 1.54 ଲକ୍ଷ ଲୋକ ଟିକା ନେଇଛନ୍ତି । ସେହିପରି କ୍ରିଷ୍ଣା, ବିଶାଖାପାଟଣା ଓ ଗୁଣ୍ଟୁରରେ ଏକ ଲକ୍ଷରୁ ଅଧିକ ଟିକାକରଣ ହୋଇଛି ।

ସେହିପରି ରାଜ୍ୟରେ ଏବେ ସୁଦ୍ଧା ପ୍ରଥମ ଡୋଜ ଭ୍ୟାକସିନ୍ 1 କୋଟି କ୍ରସ କରିଥିବାବେଳେ 27,35,648 ଲୋକ ଦ୍ୱିତୀୟ ଡୋଜ ଟିକା ନେଇସାରିଲେଣି ।COVID-19 STATS